BSF କନେଷ୍ଟବଳର ୧୨୮୪ ପଦ ଖାଲି, ଦ୍ୱାଦଶ ପାସ୍‌ ଫଟାଫଟ୍‌ କରନ୍ତୁ ଆବେଦନ; ଶେଷ ତାରିଖ ମାର୍ଚ୍ଚ ୨୭

ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ଦ୍ୱାଦଶ ପାସ୍‌ଙ୍କ ପାଇଁ କନଷ୍ଟେବଳ ପଦରେ ନିଯୁକ୍ତି ସୁଯୋଗ। ଖାଲି ପଡ଼ିଥିବା ୧୨୮୪ ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଆବେଦନପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୨୭।

ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ଦ୍ୱାଦଶ ପାସ୍‌ଙ୍କ ପାଇଁ କନଷ୍ଟେବଳ ପଦରେ ନିଯୁକ୍ତି ପାଇବାର ଏକ ସୁଯୋଗ ରହିଛି। ଖାଲି ପଡ଼ିଥିବା ୧୨୮୪ ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ବିଭାଗର ଅଫିସିଆଲ୍ ୱେବସାଇଟ rectt.bsf.gov.in ରେ ଜାରି ବିଜ୍ଞପ୍ତିରେ ଉପଲବ୍ଧ ରହିଛି।

ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୨୭। ମୋଟ ୧୨୮୪ ପଦବୀ ମଧ୍ୟରୁ ୧୨୦୦ ପଦବୀ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଏବଂ ୬୪ ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ରହିଛି। କାଟାଗୋରୀ ଅନୁସାରେ ଖାଲି ପଦଗୁଡିକର ବିବରଣୀ ସରକାରୀ ବିଜ୍ଞପ୍ତିରେ ଦିଆଯାଇଛି।

ଆବେଦନ ଶୁଳ୍କ ଏବଂ ଅନ୍ୟାନ୍ୟ ବିବରଣୀ:

ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଏବଂ ସଂରକ୍ଷିତ ବର୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ସମ୍ପୂର୍ଣ୍ଣ ମାଗଣା ରହିଛି। ଆବେଦନ ସମୟରେ ୪୭.୨୦ ଟଙ୍କା ପ୍ରୋସେସିଂ ଫିସ୍‌ ମଧ୍ୟ ଦେବାକୁ ପଡ଼ିବ।

ବୟସ ସୀମା:

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍। ଏହା ବ୍ୟତୀତ ପ୍ରାର୍ଥୀ ମାନେ ଦଶମ ଶ୍ରେଣୀ ପାସ ହୋଇଥିବା ନିହାତି ଆବଶ୍ୟକ। ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ମଧ୍ୟ ପାସ କରିବାକୁ ହେବ। ବିଜ୍ଞପ୍ତି ଅନୁସାରେ, ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୬୫ ସେମି ଏବଂ ମହିଳା ପ୍ରାର୍ଥୀଙ୍କର ୧୫୫ ସେମି ହେବା ଜରୁରୀ। ଅନ୍ୟ ସମସ୍ତ ନିର୍ଦ୍ଧାରିତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ସୂଚନା ପ୍ରାର୍ଥୀମାନେ ବିଜ୍ଞପ୍ତିରେ ପାଇପାରିବେ।

https://rectt.bsf.gov.in/static/bsf/pdf/Constable%20(Tradesman)%20Exam%202023%20in%20Border%20Security%20Force.pdf?rel=2023022601

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.