କାନାରା ବ୍ୟାଙ୍କରେ ୧୦୦୦ ପଦବୀ ଖାଲି, ୨୦ ଫେବୃଆରୀ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । କାନାରା ବ୍ୟାଙ୍କରେ କ୍ରେଡିଟ୍ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ତାରିଖ ୩୦ ଜାନୁଆରୀରୁ ଆରମ୍ଭ ହୋଇ ୨୦ ଫେବୃଆରୀରେ ସରିବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୦୦

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ ଜାନୁଆରୀରୁ ଆରମ୍ଭ ହୋଇ ୨୦ ଫେବୃଆରୀରେ ସରିବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାରୁ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏସନ କରିଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/ଓବିସି/PWBD ପ୍ରାର୍ଥୀଙ୍କୁ ୫ ପ୍ରତିଶତ ଛାଡ ମିଳିଛି ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଅତିକମରେ ୨୦ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମାନୁସାରେ ବୟସରେ ଛାଡ୍ ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଆବେଦନ ଶୁଳ୍କ କେବଳ ଅନଲାଇନ ମାଧ୍ୟମରେ ସ୍ବୀକାର କରାଯିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ମାଧ୍ୟମରେ ହେବ । ଏଥିରେ ସାଧାରଣ ଜ୍ଞାନ, ଗଣିତ, ରିଜନିଂ ଏବଂ ଇଂଲିଶରେ ପ୍ରଶ୍ନପତ୍ର ପଚରାଯିବ । ପରୀକ୍ଷା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଶେଷରେ ଡକ୍ୟୁମେଣ୍ଟ ଭୋରିଫିକେସନ କରାଯିବ । ଶେଷରେ ଚୟନ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆଇବିପିଏସର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିବାକୁ ହେବ ।
Click here for New Registration” ଯାଇ କ୍ଲିକ୍ କରିବାକୁ ହେବ ।
ଏହାପରେ ଆବଶ୍ୟକ ବିବରଣୀ ଭରିବା ପରେ ସାଇନ ଏବଂ ଫଟୋଗ୍ରାଫ ଅପଲୋଡ କରିବାକୁ ହେବ ।
ଏହାପରେ ନିର୍ଦ୍ଧାରିତ ଶୁଳ୍କ ଦେଇ ଫର୍ମକୁ ସବମିଟ୍ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ୧୦୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

You might also like