ପ୍ରୋଜେକ୍ଟ ଇଂଜିନିୟର ସହିତ ଅନେକ ପଦବୀ ଖାଲି, ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ଚୟନ
![cdac](https://knewsodisha.com/wp-content/uploads/2024/12/cdac.jpg)
ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ ଆଡଭାନ୍ସ କମ୍ପ୍ୟୁଟିଂ ମୋହାଲିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏଠାରେ ଅନେକ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଥିରେ ଭର୍ତ୍ତି ପାଇଁ ପ୍ରକ୍ରିୟା ୧୬ ନଭେମ୍ବରରୁ ଆରମ୍ଭ ହୋଇଛି ।
ପଦବୀ ବିବରଣୀ : ୨୮
ପ୍ରୋଜେକ୍ଟ ଆସୋସିଏଟ୍, ପ୍ରୋଜେକ୍ଟ ଇଂଜିନିୟର, ପ୍ରୋଜେକ୍ଟ ଇଂଜିନିୟର/ପିଏସଆଣ୍ଡଓ, ସିନିଅର ପ୍ରୋଜେକ୍ଟ ଇଂଜିନିୟର/ମଡ୍ୟୁଲ ଲିଡର ପଦବ ସାମିଲ ।
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୬ ନଭେମ୍ବରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୫ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଆଇଟିଆଇ/ସିଏ/ବିଇ/ବିଟେକ/ଏମଇ/ଏମଟେକ/ପିଜି/ପିଏଚଡି କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦ ରୁ ୪୫ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।