ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୫୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଗ୍ରାଜୁଏସନ କରିଥିଲେ ମିଳିବ ବ୍ୟାଙ୍କ ଚାକିରି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲିପଡିଛି ୫୦୦୦ ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୫୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ । ଯେଉଁ ପ୍ରାର୍ଥୀ ଆବେଦନ କରିବାର ଇଚ୍ଛା ଏବଂ ଯୋଗ୍ୟତା ରଖୁଛନ୍ତି, ସେମାନେ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ଶେଷ ୩ ଏପ୍ରିଲ ୨୦୨୩ରେ ହେବ । ଗ୍ରାଜୁଏସନ କରିଥିବା ଯୁବପିଢି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୦୦୦

ଜରୁରୀ ତାରିଖ : ଆବେଦନ କରିବାରଶେଷ ତାରିଖ ୩ ଏପ୍ରିଲ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ ପାଇଁ ଇଚ୍ଛୁକ ଥିବା PWD ପ୍ରାର୍ଥୀ ୪୦୦ ଟଙ୍କା ଏବଂ ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାମାନେ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନଙ୍କୁ ୮୦୦ ଟଙ୍କା ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଚୟନିତ ବ୍ରାଞ୍ଚ ଅନୁସାରେ ଦରମା ମିଳିବ । ଗ୍ରାମାଞ୍ଚଳ ପାଇଁ ୧୦ ହଜାର ଟଙ୍କା ଏବଂ ସହରାଞ୍ଚଳ ବ୍ରାଞ୍ଚ ହେଲେ ୧୫ ହଜାର ଟଙ୍କା ମିଳିବ । ମେଟ୍ରୋ ବ୍ରାଞ୍ଚ ହେଲେ ଦରମା ୨୦,୦୦୦ ଟଙ୍କା ମାସକୁ ମିଳିବ ।

କେମିତି କରିବେ ଆବେଦନ : ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ centralbankofindia.co.in କୁ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ୧ ମାର୍କର ପ୍ରଶ୍ନ ପଡିବ । ପାସ୍‌ କରିବା ପରେ ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ଏବଂ ପାସ୍‌ କଲେ ନିଯୁକ୍ତି ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.centralbankofindia.co.in/sites/default/files/Apprentice%20Notification%20.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.