ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ୧୦୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି ପାଇଁ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ୩୦ ଜାନୁଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୦ ଫେବୃଆରୀ ୨୦୨୫ ରହିଛି ।

ପଦବୀ ବିବରଣୀ : ୧୦୦୦

ସାଧାରଣ ବର୍ଗ: ୪୦୫
ଅନୁସୂଚିତ ଜାତି : ୧୫୦
ଅନୁସୂଚିତ ଜନଜାତି : ୭୫
ଓବିସି : ୨୭୦
EWS : ୧୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଫେବୃଆରୀ ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବ୍ୟାଚଲର ଡିଗ୍ରୀ ସହିତ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ୬୦% ମାର୍କ ସହିତ ପାସ୍ କରିଥିବା ଜରୁରୀ । ସାଧାରଣ ବର୍ଗକୁ ଛାଡି ଅନ୍ୟମାନେ ୫୫ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଅଗ୍ରାଧିକାର ମିଳିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଚୟନ ପ୍ରକ୍ରିୟା : କମ୍ପ୍ୟୁଟର ପରୀକ୍ଷା, ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ/EWS/OBC ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୫୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ କ୍ୟାରିଅର ଲିଙ୍କରେ କ୍ଲିକ୍ କରି ସବମିଟ୍ କରିବାକୁ ହେବ ।
ଲଗଇନ୍ ଆକାଉଣ୍ଟରେ କ୍ଲିକ୍ କରି ଫର୍ମ ପୂରଣ କରିବାକୁ ହେବ ।
ଫର୍ମ ପୂରଣ ବେଳେ ସମସ୍ତ ବିବରଣୀ ଦେଇ ସବମିଟ୍ କରିବାକୁ ହେବ ।
ଶେଷରେ ଦରକାର ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ବାର୍ଷିକ ମିଳିବ ୩୦ ଲକ୍ଷ ଟଙ୍କା

You might also like