ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ ପାଇଁ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ centralbankofindia.co.in କୁ ଯିବାକୁ ହେବ । ଆବେଦନ କରିବାର ଶେଷ ତାରିଖ ୩୧ ମଇ ୨୦୨୪ ରହିଛି ।
ପଦବୀ ବିବରଣୀ: ୧୦
ଫାକଲ୍ଟି, ଅଫିସ ଆସିଷ୍ଟାଣ୍ଟ, ଆଟେଣ୍ଡାଣ୍ଟ/ଓ୍ଵାଚମ୍ୟାନ/ମାଳି ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ମଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ବିଭନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୨ ବର୍ଷରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ମାସକୁ ୬ ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପର୍ସନାଲ ଇଣ୍ଟରଭ୍ୟୁ ଦ୍ୱାରା ଆୟୋଜିତ ହେବ । ଏହି ସମ୍ବନ୍ଧରେ ସୋସାଇଟି/ଟ୍ରଫର ନିଷ୍ପତ୍ତି ଶେଷ ନିଷ୍ପତ୍ତି ବୋଲି ଧରାଯିବ ।