କୋଲ ଇଣ୍ଡିଆରେ ଭର୍ତ୍ତି ସୁଯୋଗ, ଏମାନେ ବିନା ଶୁଳ୍କରେ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । କୋଲ ଇଣ୍ଡିଆ ଲିମିଟେଡରେ ମ୍ୟାନେଜମେଣ୍ଟ ଟ୍ରେନିରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୫ ଜାନୁଆରୀ ୨୦୨୫ରୁ ୧୪ ଫେବୃଆରୀ ରହିଛି । ଏଥିପାଇଁ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୩୪

କମ୍ୟୁନିଟି ଡେଭଲପମେଣ୍ଟ, ପର୍ଯ୍ୟାବରଣ, ଫାଇନାନ୍ସ, ଲିଗାଲ, ମାର୍କେଟିଂ ଆଣ୍ଡ ସେଲ୍ସ, ମେଟାରିଆଲ ମ୍ୟାନେଜମେଣ୍ଟ, ପର୍ସନାଲ ଆଣ୍ଡ ଏଚଆର, ସିକ୍ୟୁରିଟି ଏବଂ କୋଲ୍ ପ୍ରିପେରସନ ଭଳି ବିଭାଗରେ ନିଯୁକ୍ତି ମିଳିବ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଗ୍ରାଜୁଏସନ, ବିଇ, ବିଟେକ, ବିଏସସି(ଇଂଜିନିୟରିଂ), ମାଷ୍ଟର ଡିଗ୍ରୀ, ପିଜି, ଡିଲୋମା, ସିଏ କିମ୍ବା ICWA ରୁ ସମ୍ବନ୍ଧୀୟ କ୍ଷେତ୍ରରେ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଜରୁରୀ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ସାମାନ୍ୟ ଏବଂ ଓବିସି ପ୍ରାର୍ଥୀ ଆବେଦନ ଶୁଳ୍କ ୧୧୮୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜରେ ଭର୍ତ୍ତି ଲିଙ୍କରେ କ୍ଲିକ୍ କରନ୍ତୁ ।
Online Login Portal for filling Application form କୁ ଯାଇ ରେଜିଷ୍ଟାର ଲିଙ୍କରେ କ୍ଲିକ୍ କରନ୍ତୁ ।
ସବୁ ଦରକାରୀ ଦସ୍ତାବିଜ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ଫର୍ମ ସବମିଟ କରିବା ପରେ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read :  ନାଲକୋରେ ୫୧୮ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

You might also like