୧୦ମ ପାସ୍ କରିଥିଲେ ତୁରନ୍ତୁ ଆବେଦନ, CISF ରେ ବମ୍ପର ପଦବୀ ଖାଲି

CISF ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ଆବେଦନ ତୁରନ୍ତ କରନ୍ତୁ । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୧୨୪
କନଷ୍ଟେବଳ/ଡ୍ରାଇଭର
କନଷ୍ଟେବଳ/ଡ୍ରାଇଭର-କମ୍-ପମ୍ପ ଅପରେଟର
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩ ଫେବୃଆରୀରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ । ଏହାଛଡା କେନ୍ଦ୍ର କିମ୍ବା ରାଜ୍ୟ ବୋର୍ଡରୁ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସାର୍ଟିଫିକେଟ ପାଇଥିବା ଜରୁରୀ ।
ଏହାସହିତ ଭାରି ମଟର ଯାନ, ହାଲୁକା ମୋଟର ଯାନ କିମ୍ବା ଗିୟରଯୁକ୍ତ ବାଇକ୍ ଚଲାଇବା ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ରୁ ୨୭ ବର୍ଷ ହୋଇଥିବା ଜରୁରୀ । ବୟସ ଗଣନା ମାର୍ଚ୍ଚ ୪, ୨୦୨୫ ଅନୁଯାୟୀ ହେବ ।
ଆବେଦନ ଶୁଳ୍କ : ଇଚ୍ଛୁକ ସଂରକ୍ଷିତ/EWS/OBC ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ନିଶୁଳ୍କ ଆବେଦନ କରିପାରିବେ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତ ଅନ୍ୟ ଭତ୍ତା ମଧ୍ୟ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଫିଜିକାଲ ଏଫିସିଏନ୍ସୀ ଟେଷ୍ଟ, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରେଡ ଟେଷ୍ଟ, ଲିଖିତ ପରୀକ୍ଷା, ମେଡିକାଲ ଟେଷ୍ଟ ଜରିଆରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : କାନାରା ବ୍ୟାଙ୍କରେ ୧୦୦୦ ପଦବୀ ଖାଲି, ୨୦ ଫେବୃଆରୀ ପର୍ଯ୍ୟନ୍ତ କରନ୍ତୁ ଆବେଦନ