CSL ରେ ତୁରନ୍ତ କରନ୍ତୁ ଆବେଦନ, ଫ୍ୟାବ୍ରିକେସନ ଆସିଷ୍ଟାଣ୍ଟ ଏବଂ ଆଉଟଫିଟ୍ ଆସିଷ୍ଟାଣ୍ଟ ପଦବୀ ଖାଲି

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । କୋଚିନ ସିପୟାର୍ଡ ଲିମିଟେଡରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଫ୍ୟାବ୍ରିକେସନ ଆସିଷ୍ଟାଣ୍ଟ ଏବଂ ଆଉଟଫିଟ୍ ଆସିଷ୍ଟାଣ୍ଟ ପଦବୀ ଖାଲି ପଡିଛି । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୨୪

ଫ୍ୟାବ୍ରିକେସନ ଆସିଷ୍ଟାଣ୍ଟ : ୪୪
ଆଉଟଫିଟ୍ ଆସିଷ୍ଟାଣ୍ଟ : ୧୮୦

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଡିସେମ୍ବର ୩୦ ଯାଏଁ ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୪୫ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଅଣ ସଂରକ୍ଷିତ/EWS/OBC ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ PwBD ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମେ ଅବଜେଟିକଭ ଟାଇପ ଅନଲାଇନ ଟେଷ୍ଟ ଏବଂ ପ୍ରାକ୍ଟିକାଲ ଟେଷ୍ଟ ମାଧ୍ୟମରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୩,୩୦୦ ଟଙ୍କା ଦରମା ମିଳିବ ।