CPCL ରେ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ ଆବେଦନ

ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଅଫିସିଆଲ ୱେବସାଇଟ cpcl.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୬ ଫେବୃଆରୀ ୨୦୨୪ ହେବ ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଅଫିସିଆଲ ୱେବସାଇଟ cpcl.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୬ ଫେବୃଆରୀ ୨୦୨୪ ହେବ ।

ପଦବୀ ବିବରଣୀ : ୭୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଫେବୃଆରୀ ୨୦୨୪ ରହିଛି । ପ୍ରବେଶ ପତ୍ର ୪ ମାର୍ଚ୍ଚକୁ ଜାରି ହେବ । ଅନଲାଇନ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରେ ଚେନ୍ନାଇରେ ହେବ ।

କେମିତି ହେବ ଚୟନ : ଏହି ପଦବୀରେ ଚୟନ ଅନଲାଇନ ଟେଷ୍ଟ ଏବଂ କୌଶଳ/ଦକ୍ଷତା/ଶାରୀରିକ ପରୀକ୍ଷଣ ଜରିଆରେ ହେବ । ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀ ସମସ୍ତ ଜରୁରୀ ସାର୍ଟିଫିକେଟ ଦେବା ଜରୁରୀ । ପରୀକ୍ଷା ଅନଲାଇନ ଦୁଇଟି ଭାଗରେ ହେବ । ପରୀକ୍ଷାରେ ୧୨୦ ମାର୍କ ରହିବ । ପରୀକ୍ଷାରେ ନେଗେଟିଭ ମାର୍କିଂ ରହିଛି ।

ଆବେଦନ ଶୁଳ୍କ : ସାମାନ୍ୟ/EWS/ଓବିସି ପ୍ରାର୍ଥୀ ଆବେଦନ ଶୁଳ୍କ ୫୦୦ ଟଙ୍କା ଦେବାକୁ ହେବ । ଆବେଦନ ଅନଲାଇନ ମୋଡ/ଡେବିଟ/କ୍ରେଡିଟ କାର୍ଡ ଜରିଆରେ ହେବ । ଅନୁସୂଚିତ ଜାତି/ଜନଜାତି/PWD/ମହିଳା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।