CRPF Recruitment 2023: ସିଆର୍‌ପିଏଫ୍‌ ରେ ହେଡ କନେଷ୍ଟବଳ, ଏଏସଆଇ ପଦ ପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ, ଶେଷ ତାରିଖ ଜାଣନ୍ତୁ

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (Central Reserve Police Force, CRPF) ବା ସିଆରପିଏଫ୍‌ ରେ ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ASI (ଷ୍ଟେନୋ) ଓ ହେଡ୍‌ କନେଷ୍ଟବଳ ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥିରେ ୧୪୫୮ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ହେଡ କନେଷ୍ଟବଳ ପାଇଁ ୧୩୧୫ ପୋଷ୍ଟ ଓ ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟର ଷ୍ଟେନୋ ପାଇଁ ୧୪୩ ପୋଷ୍ଟରେ ନିଯୁକ୍ତି କରାଯିବ ।

ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବେ, ସେମାନେ ସିଆରପିଏଫ୍‌ ଅଫିସିଆଲ େଓ୍ଵବସାଇଟ୍‌ crpf.gov.in ଓ crpf.nic.in ମାଧ୍ୟମରେ ଆବେଦନ କରିପାରିବେ । ଏହି ସବୁ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୩ ରହିଛି । ଶେଷ ତାରିଖ ପରେ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ ।

ଏହି ସବୁ ତାରିଖକୁ ମନେ ରଖନ୍ତୁ :

ଅନ୍‌ଲାଇନ ଆବେଦନର ଆରମ୍ଭ ତାରିଖ – ୦୪ ଜାନୁଆରୀ, ୨୦୨୩

ଅନ୍‌ଲାଇନ ଆବେଦନର ଶେଷ ତାରିଖ – ୨୫ ଜାନୁଆରୀ, ୨୦୨୩

ପରୀକ୍ଷା ପାଇଁ ଆଡମିଟ କାର୍ଡ ରିଲିଜ ତାରିଖ – ୧୫ ଫେବ୍ରୁଆରୀ, ୨୦୨୩

କମ୍ପ୍ୟୁଟର ଆଧାରିତ ଟେଷ୍ଟ ହେବାର ସମ୍ଭାବିତ ତାରିଖ – ୨୨ ରୁ ୨୮ ଫେବ୍ରୁଆରୀ ୨୦୨୩ ମଧ୍ୟରେ

ଆବେଦନ ପାଇଁ ଯୋଗ୍ୟତା ଓ ବୟସ :

ସୂଚନା ଅନୁସାରେ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ (୧୨ମ) ଶ୍ରେଣୀ ପାସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ନିୟମ ଅନୁସାରେ ବୟସ କୋହଳ କରାଯିବ ।

ଆବେଦନ ଫି :

ଏହି ପଦବୀ ପାଇଁ ଆବେଦନ କରୁଥିବା ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି ଦେବାକୁ ହେବ । ଅଧିକ ସୂଚନା ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ ।

ଦରମା :

ଆସିଷ୍ଟାଣ୍ଟ ସବ୍‌ ଇନ୍‌ସ୍ପେକ୍ଟର ଷ୍ଟେନୋ – ୨୯୨୦୦-୯୨୩୦୦

ହେଡ୍‌ କନେଷ୍ଟବଳ ମିନିଷ୍ଟିରିୟଲ – ୨୫୫୦୦-୮୧୧୦୦

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.