CRPF ରେ ଵମ୍ପର ପଦବୀ ଖାଲି, ମାସକୁ ଦରମା ୭୫,୦୦୦ଟଙ୍କା
କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭେଟନାରୀ ପଦବୀ ଖାଲି ପଡିଛି । ଚାକିରି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ୫ମ ଏବଂ ୧୦ମ ଏନଡିଆରଏଫ ବାଟାଲିଅନ ପାଇଁ ହେଉଛି ।
ପଦବୀ ବିବରଣୀ :
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୬ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏଠାରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାରୁ ଭେଟନାରୀ ସାଇନ୍ସ ଏବଂ ଲାଇଭଷ୍ଟକରେ ଗ୍ରାଜୁଏସନ କରିଥିବା ଜରୁରୀ । ଏହାସହିତ ଭାରତୀୟ ଭେଟନାରୀ ପରିଷଦରେ ରେଜିଷ୍ଟ୍ରେସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୭୦ ବର୍ଷ ହୋଇଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୭୫,୦୦୦ଟଙ୍କା ମିଳିବ । ଏହାଛଡା ଭବିଷ୍ୟ ନିଧି, ପେନସନ, ଗ୍ରାଚ୍ୟୁଇଟି, ଚିକିତ୍ସା ସୁବିଧା, ବରିଷ୍ଠ ଲାଭ ଏବଂ ପଦୋନ୍ନତି ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରଥମେ ୱାକ୍-ଇନ୍-ଇଣ୍ଟରଭ୍ୟୁ ଜରିଆରେ ହେବ । ଇଣ୍ଟରଭ୍ୟୁ ପାସ୍ କରିବା ପରେ ମେଡିକାଲ ଯାଞ୍ଚ ହେବ ।
ଇଣ୍ଟରଭ୍ୟୁ ପାଇଁ ତାରିଖ : ଜାନୁଆରୀ ୬ ସକାଳ ୯ଟାରେ
• Composite Hospital, CRPF, GC Campus, Talegaon, Pune, Maharashtra – 410507
• Composite Hospital, CRPF, Hyderabad, Telangana – 500005
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।