ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି ପାଇବାକୁ ଇଚ୍ଛା ରଖିଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆର୍ଯ୍ୟଭଟ୍ଟ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଯଦି ଆପଣ ଦିଲ୍ଲୀ ୟୁନିଭରସିଟିରେ ପଢାଇବାକୁ ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ ।

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୪ ରହିଛି ।

ପଦବୀ ବିବରଣୀ : ୨୮

 ବିଜନେସ ଇକୋନୋମିକ୍ସ, କମର୍ସ, ଇକୋନୋମିକ୍ସ, ଇଂଲିଶ, ଏନଭାୟରନମେଣ୍ଟ, ହିନ୍ଦୀ, ଇତିହାସ, ମ୍ୟାନେଜମେଣ୍ଟ ଆଦି ବିଷୟରେ ପଢାଇବାକୁ ହେବ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଡିସେମ୍ବର ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ଏହାହସହିତ ୟୁଜିସି ଏନଇଟି/ସିଏସଆଇଆର ଏନଇଟି ପରୀକ୍ଷା ପାସ୍ କରିଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଗ୍ରାଜୁଏସନ, ପିଜି, ଏମଫିଲ୍, ପିଏଚଡି, ନିଟ୍ ସ୍କୋର ଆଧାରରେ ସର୍ଟଲିଷ୍ଟ କରାଯିବ । ଏହାପରେ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଇଣ୍ଟରଭ୍ୟୁ ସମୟରେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଅରିଜିନାଲ ଡକ୍ୟୁମେଣ୍ଟ ଏବଂ ଫଟୋ ଆଇଡି ପ୍ରୁଫ ସାଙ୍ଗରେ ଆଣିବାକୁ ହେବ । ଇଣ୍ଟରଭ୍ୟୁ ପାଇଁ କଲ୍ ଲେଟର ଭିନ୍ନ ଭାବେ ଜାରି କରାଯିବ ।

ଆବେଦନ ଶୁଳ୍କ : ସାଧାରଣ/ଓବିସି/ EWS ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ/ଜନଜାତି/PWD/ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।