ଡିଜିଟାଲ ଇଣ୍ଡିଆ କର୍ପୋରେସନରେ ଭର୍ତ୍ତି ପାଇଁ ତୁରନ୍ତ ଆବେଦନ କରନ୍ତୁ । ଏଠାରେ ୟଙ୍ଗ ପ୍ରଫେସନାଲ ୧୦ଟି ପଦବୀ ଖାଲିପଡିଛି । ଏଥିପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ତେବେ ଏହି ଭର୍ତ୍ତି କଣ୍ଟ୍ରାକ୍ଟ ଭିତ୍ତିକ ହେବ ।
ପଦବୀ ବିବରଣୀ : ୧୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଡିଜିଟାଲ ଇଣ୍ଡିଆ କର୍ପୋରେସନରେ ୟଙ୍ଗ ପ୍ରଫେସନାଲ ପଦବୀରେ ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବିଇ/ବିଟେକ/ଏମଟେକ/ଏମବିଏ/ଏମସିଏ ଡିଗ୍ରୀ କରିଥିବା ଆବଶ୍ୟକ । କମ୍ପ୍ୟୁଟର ସାଇନ୍ସ,ଏଆଇ କିମ୍ବା ଇନଫରମେସନ ସିଷ୍ଟମରେ କ୍ୱାଲିଫିକେସନ ଥିଲେ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ ।
ବୟସ ସୀମା : ଡିଆଇସି ଭର୍ତ୍ତି ୨୦୨୪ ପାଇଁ ଇଛୁକ ପ୍ରାର୍ଥୀଙ୍କ ବୟସ ୩୨ ବର୍ଷ ହୋଇଥିବା ଜରୁରୀ । ସରକାରୀ ନିୟମ ଅନୁସାରେ ପ୍ରାର୍ଥୀଙ୍କୁ ଛାଡ୍ ମିଳିବ ।
ଦରମା : ଇଛୁକ ପ୍ରାର୍ଥୀଙ୍କୁ ମାସକୁ ୫୦,୦୦୦ ଟଙ୍କା ଦରମା ମିଳିବ । ଏହି ଚାକିରି ଦିଲ୍ଲୀ ପାଇଁ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ଚୟନ ପ୍ରକ୍ରିୟା ଆଗାମୀ ପର୍ଯ୍ୟାୟରେ କେବଳ ସର୍ଟଲିଷ୍ଟ କରାଯାଇ ଡକାଯିବ ।
କେମିତି କରିବେ ଆବେଦନ :
ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ DIC ର ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ନିଜକୁ ରେଜିଷ୍ଟ୍ରର କରିବାକୁ ହେବ ।
ରେଜିଷ୍ଟ୍ରେସନ କରିବା ପରେ ନଂ ଏବଂ ପାସଓ୍ୱାର୍ଡ ମୋବାଇଲକୁ ଯିବ । ଏହାପରେ ଆବେଦନ ଫର୍ମ ଭରିପାରିବେ ।
ଏହାପରେ ସମସ୍ତ ଡକୁ୍ୟମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ସମସ୍ତ ବିବରଣୀ ଭରିବା ପରେ ଫାଇନାଲ ସବମିଟ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।