୧୦ମ ଏବଂ ଆଇଟିଆଇ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ରେଲୱେରେ ୧୧୫୪ ପଦବୀ ଖାଲି

ଇଷ୍ଟ ସେଣ୍ଟ୍ରାଲ ରେଲୱେରେ ୧୧୫୪ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ବିଭିନ୍ନ ଡିଭିଜନ ଏବଂ ୱାର୍କସପରେ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୨୫ ଜାନୁଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ରହିଛି ।

ପଦବୀ ବିବରଣୀ : ୧୧୫୪

ଦାନାପୁର ଡିଭିଜନ : ୬୭୫
ଧନବାଦ ଡିଭିଜନ : ୧୫୬
ପ. ଦିନଦୟାଲ ଉପାଧ୍ୟାୟ ଡିଭିଜନ : ୬୪
ସୋନପୁର ଡିଭିଜନ : ୪୭
ସମସ୍ତିପୁର ଡିଭିଜନ : ୪୬
ପ୍ଲାଣ୍ଟ ଡିପୋ : ୨୯
କୋରିଜ ରିପେୟର ୱାର୍କସପ୍ : ୧୧୦
ମେକାନିକାଲ ୱାର୍କସପ୍/ସମସ୍ତିପୁର : ୨୭

ଜରୁରୀ ତାରିଖ : ଏଥିପାଇଁ ରେଜିଷ୍ଟ୍ରେସନ ୨୫ ଜାନୁଆରୀରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ସମସ୍ତ ଡିଭିଜନ ଏବଂ ୱାର୍କସପରେ ଅଲଗା ଅଲଗା ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ସହିତ +୨ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ସହିତ ପାସ୍ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ କରିଥିବା ନିହାତି ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ । ମେରିଟ ଲିଷ୍ଟରେ ୧୦ମ ଏବଂ ଆଇଟିଆଇ ମାର୍କ ଆଧାରରେ ମହତ୍ତ୍ବ ଦିଆଯିବ । ଏଥିପାଇଁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ଦେବାକୁ ପଡିବ ନାହିଁ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଡେବିଟ/କ୍ରେଡିଟ୍ କାର୍ଡ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଦେବାକୁ ହେବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ଇଣ୍ଡିଆ ପୋଷ୍ଟରେ କାର୍ ଡ୍ରାଇଭର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

You might also like