EPFO ରେ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୬୦ ହଜାରରୁ ଅଧିକ

EPFO ରେ ଚାକିରି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ ।

ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ହେବ । ଚୟନିତ ପ୍ରାର୍ଥୀଙ୍କୁ ଇପିଏଫଓ ଅଫିସରେ ବିଶେଷ ପ୍ରୋଜେକ୍ଟରେ କାମ କରିବାକୁ ହେବ । ଚୟନିତ ପ୍ରାର୍ଥୀଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିବ । ଏହି ଭର୍ତ୍ତି କାର୍ଯ୍ୟକାଳ ୧୧ ମାସ ପାଇଁ ହେବ ।

ପଦବୀ ବିବରଣୀ : ୟଙ୍ଗ ପ୍ରଫେସନାଲ

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୫ ଜାନୁଆରୀରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୫ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଏଲଏଲବି/ବିଏ ଏଲଏଲବି କରିଥିବା ଜରୁରୀ । ଏହାଛଡା ରିସର୍ଚ୍ଚ ଫିଲ୍ଡରେ ଅଭିଜ୍ଞତା ଥିବା ଜୁରୀ । ସେମାନଙ୍କୁ ପ୍ରାଥମିକତା ଦିଆଯିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୨ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୬୫,୦୦୦ ଟଙ୍କା ଦରମା ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ ଫର୍ମକୁ ସଠିକ୍ ଭାବେ ପୂରଣ କରି [email protected] ଇମେଲରେ ପଠାଇବାକୁ ହେବ । ନଚେତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିବାକୁ ହେବ ।

ଏହାପରେ ନ୍ୟାସନାଲ କ୍ୟାରିଅର ସର୍ଭିସ ପୋର୍ଟାଲକୁ ଯାଇ ଆବେଦନ କରିବାକୁ ହେବ ।

ଶେଷରେ ଆବଶ୍ୟକ ସମସ୍ତ ଦସ୍ତାବିଜ ସଂଯୋଗ କରିବାକୁ ହେବ ।

ଆବେଦନ ଫର୍ମରେ କୌଣସି ପ୍ରକାରର ଦସ୍ତାବିଜ ନିଖୋଜ ଥିଲେ ଆବେଦନ ସ୍ବୀକାର କରାଯିବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read :  ୧୦ମ ଏବଂ ଆଇଟିଆଇ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ରେଲୱେରେ ୧୧୫୪ ପଦବୀ ଖାଲି

 

You might also like