ESIC ରେ ବିନା ଲିଖିତ ପରୀକ୍ଷାରେ ସରକାରୀ ଡାକ୍ତରୀ ହେବାର ସୁଯୋଗ, ମିଳିବ ମାସକୁ ୨ ଲକ୍ଷ ଟଙ୍କା

ମେଡିକାଲ ପଢିଥିବା ପ୍ରାର୍ଥୀ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । କର୍ମଚାରୀ ରାଜ୍ୟ ବୀମା ନିଗମରେ ସିନିଅର ରେଜିଡେଣ୍ଟ, ସ୍ପେଶାଲିଷ୍ଟ ଏବଂ ସୁପର ସ୍ପେଶାଲିଷ୍ଟ ପଦବୀରେ ଖାଲି ପଡିଛି ପଦବୀ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୧

ଜରୁରୀ ତାରିଖ : ଇଣ୍ଟରଭ୍ୟୁ ପ୍ରକ୍ରିୟା ୨୯ ଅକ୍ଟୋବର ସକାଳ ୯ଟାରୁ ହେବ । ଡକ୍ୟୁମେଣ୍ଟ ଭେରିଫିକେସନ ପରେ ୧୧ଟାରେ ରେଜିଷ୍ଟ୍ରେସନ କରିବାକୁ ହେବ । ରେଜିଷ୍ଟ୍ରେସନ ବିନା କାହାର ଡକ୍ୟୁମେଣ୍ଟ ସ୍ୱୀକାର କରାଯିବନି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ କ୍ଷେତ୍ରରେ ପିଜି/ଡିଏନବି/ଡିପ୍ଲୋମା କରିଥିବା ଆବଶ୍ୟକ । ନେଫ୍ରୋଲୋଜି ଏବଂ ନ୍ୟୁରୋଲୋଜି ସୁପର ସ୍ପେଶାଲିଷ୍ଟ ପଦବୀରେ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ନୋଟିସ ଅନୁସାରେ ସିନିଅର ରେଜିଟେଣ୍ଟ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ଏବଂ ସୁପର ସ୍ପେଶାଲିଷ୍ଟ ପଦବୀ ପାଇଁ ସର୍ବାଧିକ ବୟସ ୬୯ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ସାକ୍ଷାତକାର ପରେ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ମିଳିବ । ଇଣ୍ଟରଭ୍ୟୁ ସମୟରେ ପ୍ରାର୍ଥୀ ସମସ୍ତ ପ୍ରମାଣପତ୍ର ସହିତ ଆବେଦନ ଫର୍ମ ଦେବାକୁ ହେବ । କୌଣସି ପ୍ରାର୍ଥୀ ଟିଏ/ଡିଏ ମିଳିବ ନାହିଁ ।

room number 207, located on the second floor of ESIC Model Hospital in Jaipur, the capital of Rajasthan

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like