ESIC ରେ ଇଣ୍ଟରଭ୍ୟୁରେ ମିଳିବ ଚାକିରି, ଦରମା ମାସକୁ ଦେଢ ଲକ୍ଷ

ESIC ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଥିରେ ଚୟନ ପାଇଁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ଏଠାରେ ୫୭ ପଦବୀ ପାଇଁ ରେଜିଡେନ୍ସୀ ସ୍କିମ, କ୍ଲିନିକାଲ ଏବଂ ନନ୍‌ କ୍ଲିନିକାଲରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ କରିବାକୁ ହେବ ।

ପଦବୀ ବିବରଣୀ: ୫୭

ଜରୁରୀ ତାରିଖ : ଇଣ୍ଟରଭ୍ୟୁ ପାଇଁ ତାରିଖ ଜୁଲାଇ ୧ କିମ୍ବା ୨ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଡକ୍ଟର ଅଫ ମେଡିସିନ, ଡକ୍ଟର ଅଫ ସର୍ଜରୀ କିମ୍ବା ମେଡିକାଲରେ ପିଜି ଡିପ୍ଲୋମାରେ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୧,୪୦,୧୩୯ ମାସିକ ଦରମା ମିଳିବ ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ କେବଳ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ଜରିରେ ହେବ । ଇଣ୍ଟରଭ୍ୟୁ ପାଇଁ ESIC ର ଅଫିସ ଯାଇ ୧ କିମ୍ବା ୨ ଜୁଲାଇରେ ଇଣ୍ଟରଭ୍ୟୁ ଦେବାକୁ ହେବ । ଇଣ୍ଟରଭ୍ୟୁ ପାଇଁ ସକାଳ ୯.୩୦ରୁ ୧୦.୩୦ ଭିତରେ ପହଞ୍ଚିବାକୁ ହେବ । ଇଣ୍ଟରଭ୍ୟୁରେ ବିଳମ୍ବରେ ପହଞ୍ଚିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ ନାହିଁ । ଇଣ୍ଟରଭ୍ୟୁ ସମୟରେ ନିଜ ସହିତ ଜରୁରୀ ଡକ୍ୟୁମେଣ୍ଟ ସାଥିରେ ନେଇ ଯାଆନ୍ତୁ ।

ESIC – PGIMSR & ESIC Medical College, Joka.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।