IOCL ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଇଣ୍ଟରଭ୍ୟୁ ଜରିଆରେ ହେବ ଚୟନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ରେ ଭିଜିଟିଂ ସ୍ପେଶାଲିଷ୍ଟ ଏବଂ ସେଫ୍ଟି ଡ୍ୟୁଟି ଡାକ୍ତର ପଦବୀରେ ଭର୍ତ୍ତି ପାଇଁ ଖାଲିପଡିଛି । ଏଥିପାଇଁ ଭର୍ତ୍ତି ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ଜରିଆରେ ହେବ । ଇଣ୍ଟରଭ୍ୟୁରେ ନିଜ ରିଜ୍ୟୁମ ସହିତ ପାସପୋର୍ଟ ସାଇଜ ଫଟୋ ଏବଂ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଅରିଜିନାଲ ଏବଂ ଫଟୋକପି ନେଇ ଯିବାକୁ ହେବ । ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଜରୁରୀ ତାରିଖ : ଇଣ୍ଟରଭ୍ୟୁ ୨୧ ଅଗଷ୍ଟ ସକାଳ ୧୦ରୁ ସନ୍ଧ୍ୟା ୪ଟା ମଧ୍ୟରେ ଆୟୋଜିତ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ ରେଡିଓଲୋଜିରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ଭିଜିଟିଂ ସ୍ପେଶାଲିଷ୍ଟ(ପେଡିୟାଟ୍ରିଶିଆନ) ପାଇଁ ପେଡିଆଟ୍ରିକ୍ସରେ ପିଜି କରିଥିବା ଜରୁରୀ । ସେହିପରି ସେଫ୍ଟି ଡ୍ୟୁଟି ଡାକ୍ତର ପଦବୀ ପାଇଁ ଏମବିବିଏସ କରିଥିବା ଜରୁରୀ । ଏହାଛଡାହ ଇଣ୍ଟର୍ନସିପ ସଂପୂର୍ଣ୍ଣ କରିଥିବା ମଧ୍ୟ ଦରକାର । ମେଡିକାଲ କାଉନସିଲ ଅଫ ଇଣ୍ଡିଆରେ ରେଜିଷ୍ଟ୍ରେସନ କରିଥିବା ଜରୁରୀ ।

ଦରମା : ଭିଜିଟିଂ ସ୍ପେଶାଲିଷ୍ଟ(ରେଡିଓଲୋଜି) ପଦବୀରେ ଦୁଇ ଘଣ୍ଟାକୁ ୬୦୦୦ ଟଙ୍କା, ଭିଜିଟିଂ ସ୍ପେଶାଲିଷ୍ଟ (ପେଡିୟାଟ୍ରିଶିଆନ) ପଦବୀ ପାଇଁ ଦୁଇ ଘଣ୍ଟାକୁ ୫୩୦୦ ଟଙ୍କା ମିଳିବ । ସେହିପରି ସେଫ୍ଟି ଡ୍ୟୁଟି ଡକ୍ଟର ପଦବୀ ପାଇଁ ଏମବିବିଏସ ସହିତ ବର୍ଷକୁ ଇଣ୍ଟର୍ନସିପ ୧,୦୫,୨୦୦ ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଜରିଆରେ ହେବ । ଇଣ୍ଟରଭ୍ୟୁ ୨୧ ଅଗଷ୍ଟ ସକାଳ ୧୦ରୁ ସନ୍ଧ୍ୟା ୪ଟା ମଧ୍ୟରେ ଆୟୋଜିତ ହେବ । ଇଣ୍ଟରଭ୍ୟୁ Barauni Refinery Hospital, Begusarai -851117 Bihar ରେ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like