RRB NTPC ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଆରମ୍ଭ ହେବ ଆବେଦନ

RRB NTPC ୨୦୨୪ ପରୀକ୍ଷା ତାରିଖକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଗୁଡ୍ ନ୍ୟୁଜ । ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ ପରୀକ୍ଷାର୍ଥୀଙ୍କ ପାଇଁ ଖୁବ୍ ଶୀଘ୍ର ଅଫିସିଆଲ୍ ୱେବସାଇଟରେ ଘୋଷଣା କରାଯିବ । ଥରେ ପରୀକ୍ଷା ତାରିଖ ଘୋଷିତ ହେଲେ ପ୍ରାର୍ଥୀମାନେ RRB ଅଫିସିଆଲ୍ ୱେବସାଇଟରେ ପରୀକ୍ଷା ତାରିଖ ଯାଞ୍ଚ କରିବାକୁ ସମର୍ଥ ହେବେ ଯାହା ମାଧ୍ୟମରେ ସେମାନେ ପରୀକ୍ଷା ପାଇଁ ଆବେଦନ କରିଥିଲେ ।

ପରୀକ୍ଷା ସୂଚୀରେ ଆଡମିଟ୍ କାର୍ଡ ଏବଂ ପରୀକ୍ଷା ସିଟି ଇଣ୍ଟିମେସନ୍ ସ୍ଲିପ୍ ରିଲିଜ୍ ତାରିଖ ବିଷୟରେ ମଧ୍ୟ ଉଲ୍ଲେଖ କରାଯିବ । ତେଣୁ ଯଦି ଆପଣ ରେଳବାଇରେ ଚାକିରି କରିବାର ସୁଯୋଗ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଆରଆରବି ଏନଟିପିସିରେ ୧୧ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଛନ୍ତି, ସେମାନେ ରେଜିଷ୍ଟ୍ରେସନ ଲିଙ୍କ ଖୋଲିବା ମାତ୍ରେ ଆବେଦନ କରିପାରିବେ ।

ଏଥିରେ ଟିକେଟ୍ କ୍ଲର୍କ, ଜୁନିଅର କ୍ଲର୍କ, ଆକାଉଣ୍ଟସ କ୍ଲର୍କ, ସିନିଅର କ୍ଲର୍କ, ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ, ଗୁଡସ୍ ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର ଭଳି ପଦବୀ ଖାଲି ରହିଛି ।

ପଦବୀ ବିବରଣୀ: ୧୧୫୫୮

ଗ୍ରାଜୁଏଟ: ୮୧୧୩

ଅଣ୍ଡର ଗ୍ରାଜୁଏଟ: ୩୪୪୫

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଜାରି ହୋଇନାହିଁ ।

ଶିକ୍ଷାଗତ ଯୋଗ୍ୟତା: ଅଣ୍ଡର ଗ୍ରାଜୁଏଟ ଲେବଲର ପଦବୀ ପାଇଁ ଏବଂ ଗ୍ରାଜୁଏଟ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ମ ପାସ୍‌ କରିଥିବା ଜରୁରୀ ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଭଲ ଭାବେ ଚେକ୍‌ କରିବା ପରେ ଆବେଦନ କରିପାରିବେ ।

କେମିତି ହେବ ଚୟନ :

ପଦବୀ ମୁତାବକ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ପାସ୍‌ କରିବା ପରେ ହେବ । RRB ଏଥିପାଇଁ ପ୍ରଥମେ କମ୍ପ୍ୟୁଟର ବେସ୍ଡ ପରୀକ୍ଷା କରିବ । ଆବଶ୍ୟକ ଅନୁଯାୟୀ କମ୍ପ୍ୟୁଟର ପରୀକ୍ଷା ସହିତ ଟାଇପିଂ ସ୍କିଲ ଟେଷ୍ଟ ଏବଂ ଆପ୍ଟିଟ୍ୟୁଡ୍ ଟେଷ୍ଟ ପାସ୍‌ କରିବାକୁ ହେବ । ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ କିଛି ସମୟ ପରେ ରିଲିଜ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।