ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର । ଆଉ ଯଦି ଆପଣ ହାଇକୋର୍ଟରେ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁଯାୟୀ କୋର୍ଟରେ ନିଯୁକ୍ତି କରାଯିବ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ପର୍ଯ୍ୟନ୍ତ ରହିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ୍ ସାଇଟ୍ jharkhandhighcourt.nic.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩୦, ୨୦୨୪ ରହିଛି ।
ପଦବୀ ବିବରଣୀ : ୧୫
ଶିକ୍ଷାଗତ ଯୋଗ୍ୟତା :
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଆଇନରେ ଡିଗ୍ରୀ ହାସଲ କରିବା ସହ ଆଡଭୋକେଟ୍ ଭାବରେ କାର୍ଯ୍ୟ କରିବାର ୭ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।
ବୟସ ସୀମା :
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ୪୫ ବର୍ଷ ମଧ୍ୟରେ ହେବା ଉଚିତ ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀଏବଂ ଅନ୍ୟାନ୍ୟ ବର୍ଗ ପାଇଁ ଫି ୧୦୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି, ୫୦୦ ଟଙ୍କା ଆବେଦନ କରିପାରିବେ । ତେବେ ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟର ସାହାଯ୍ୟ ନେଇପାରିବେ ।
ଆପଣ କିପରି ଆବେଦନ କରିପାରିବେ ?
ଆବେଦନ କରିବାକୁ, ହାଇକୋର୍ଟର ଅଫିସିଆଲ୍ ୱେବସାଇଟ୍ jharkhand highcourt.nic.in କୁ ଯାଆନ୍ତୁ ।
ବର୍ତ୍ତମାନ ଆବେଦନକାରୀଙ୍କୁ ନିଯୁକ୍ତି ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ଏବଂ ଏହା ପରେ ଜିଲ୍ଲା ଜଜ୍ ପଦ ପାଇଁ ଆବେଦନ ଫର୍ମ ଉପରେ କ୍ଲିକ୍ କରିବାକୁ ପଡିବ ।
ପରବର୍ତ୍ତୀ ପେଜରେ ପଞ୍ଜୀକରଣ ପାଇଁ ଆବଶ୍ୟକ ସୂଚନା ପୂରଣ କରି ପଞ୍ଜିକରଣ କର ।
ପଞ୍ଜୀକରଣ ପରେ, ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ କରନ୍ତୁ ।
ଏହା ପରେ ନିର୍ଦ୍ଧାରିତ ଦେୟ ପ୍ରଦାନ କରନ୍ତୁ ।
ବର୍ତ୍ତମାନ ପ୍ରାର୍ଥୀମାନେ ଆବେଦନ ଫର୍ମ ଦାଖଲ କରନ୍ତୁ ।
ତା’ପରେ ପ୍ରାର୍ଥୀମାନେ ଫର୍ମ ଡାଉନଲୋଡ୍ କରନ୍ତୁ ।
ଶେଷରେ ପ୍ରାର୍ଥୀମାନେ ଆବେଦନ ଫର୍ମରୁ ଏକ ପ୍ରିଣ୍ଟ ବାହାର କରିବା ଉଚିତ୍ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲକ୍ କରନ୍ତୁ :
jharkhandhighcourt.nic.in