ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡରେ ଫିକ୍ସଡ ଟର୍ମ ରିସର୍ଚ୍ଚ ଆସେସିଏଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଛୁକ ପ୍ରାର୍ଥୀ ୩୦ ସେପ୍ଟେମ୍ବର ଭିତରେ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ:
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଛୁକ ପ୍ରାର୍ଥୀ ଆବେଦନ ପାଇଁ ବାୟୋ ସାଇନ୍ସ, ମାଇକ୍ରୋବାୟୋଲୋଜି କିମ୍ବା ବାୟୋ ଟେକେ୍ନାଲୋଜିର ପିଏଚଡି ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୩୦ ସେପ୍ଟେମ୍ବର ଭିତରେ ୩୨ ବର୍ଷ ହୋଇଥିବା ଜରୁରୀ । ସରକାରୀ ନିୟମ ଅନୁସାରେ ଓବିସି/ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ଛାଡ ମିଳିବ ।
ଷ୍ଟାଇପେଣ୍ଡ :ରିସର୍ଚ୍ଚ ଆସୋସିଏଟ ପାଇଁ ଚୟନିତ ପ୍ରାର୍ଥୀ ମାସକୁ ୬୫,୦୦୦ ରୁ ୮୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଷ୍ଟାଇପେଣ୍ଡ ମିଳିବ ।
କେମିତି କରିବେ ଆବେଦନ :
ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ HPCL ଭର୍ତ୍ତି ୨୦୨୪ ଲିଙ୍କରେ କ୍ଲିକ କରିବାକୁ ହେବ ।
ଏହାପରେ ଆବଶ୍ୟକ ବିବରଣୀ ଏବଂ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଦସ୍ତାବିଜ ଅପଲୋଡ କରନ୍ତୁ ।
ଏହାପରେ ଫର୍ମ ଭରିବା ପରେ ଜମା କରନ୍ତୁ ।
ଏହାପରେ ଫର୍ମ ଡାଉନଲୋଡ କରନ୍ତୁ । ଶେଷରେ ଆବେଦନ ଫର୍ମର ଏକ କପି ନିଜ ପାଖରେ ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।