ଆଇବିପିଏସରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ରେଜିଷ୍ଟ୍ରେସନ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୧ ଅଗଷ୍ଟ ୨୦୨୪ ରହିଛି । ଏଠାରେ ୮୯୬ ପଦବୀରେ ଭର୍ତ୍ତି ହେବ । ଭର୍ତ୍ତି ମାଧ୍ୟମରେ ଏଗ୍ରିକଲ୍ଚର ଫିଲ୍ଡ ଅଫିସର, ମାର୍କେଟିଂ ଅଫିସର, ଆଇଟି ଅଫିସର, ଲ ଅଫିସର, ରାଜଭାଷା ଅଧିକାରୀ ଭଳି ପଦବୀରେ ହେବ । ଏହି ଭର୍ତ୍ତି ୧୧ଟି ବ୍ୟାଙ୍କରେ ହେବ ।
ପଦବୀ ବିବରଣୀ : ୮୯୬
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୧ ଅଗଷ୍ଟ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଇଂଜିନିୟରିଂ, ବ୍ୟାଚଲର ଡିଗ୍ରୀ, ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସରକାରୀ ନିୟମ ଅନୁସାରେ ସଂରକ୍ଷିତ ଶ୍ରେଣୀ ବୟସ ସୀମାରେ ଛାଡ ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟ ପରୀକ୍ଷା ପରେ ହେବ । ପ୍ରଥମେ ପ୍ରିଲିମ୍ସ ପରୀକ୍ଷା ଆୟୋଜିତ ହେବ । ପ୍ରିଲିମ୍ସ ପରୀକ୍ଷା ପରେ ମେନ୍ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ପରେ ଚୟନ ହେବ । ଗୋଟିଏ ପରୀକ୍ଷା ପାସ୍ କରିବା ପରେ ଅନ୍ୟ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ ।
ଏଥିପାଇଁ ପରୀକ୍ଷା ୯ ନଭେମ୍ବର ୨୦୨୪ରେ ହେବ । ମେନ୍ସ ପରୀକ୍ଷାର ଆୟୋଜନ ୧୪ ସେପ୍ଟେମ୍ବର ୨୦୨୪ରେ ହେବ । ଏହାପରେ ଇଣ୍ଟରଭ୍ୟୁ ଆୟୋଜିତ ହେବ । ପ୍ରିରେ ପାସ୍ କଲେ ମେନ୍ସ ଦେବାକୁ ହେବ । ଏହାପରେ ମେନ୍ସ ପରୀକ୍ଷାରେ ପାସ୍ ହେବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।
ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୮୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ପିବିଏସ ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ । ଏଥିରେ ଜିଏସଟି ମଧ୍ୟ ରହିଛି ।
ଦରମା :ଚୟନ ହେବା ପରେ ପ୍ରାର୍ଥୀଙ୍କୁ ୫୫ ହଜାରରୁ ୬୦ ହଜାର ଟଙ୍କା ଦରମା ମିଳିବ । ଏହାସହିତ ଅନ୍ୟ ସବୁ ସୁବିଧା ପ୍ରାର୍ଥୀଙ୍କୁ ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।