IDBI ବ୍ୟାଙ୍କରେ ଅଫିସର ପଦବୀ ଖାଲି, ଦରମା ମାସକୁ ୧.୫ ଲକ୍ଷ ଟଙ୍କା
ଆଇଡିବିଆଇ ବ୍ୟାଙ୍କରେ ଚାକିରି ସୁଯୋଗ । ଏଠାରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ଭର୍ତ୍ତି ହେଉଛି । ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁମାନେ ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ ।
ଖାଲିପଡିଥିବା ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ବ୍ୟାଙ୍କର ଅଫିସିଆଲ ସାଇଟକୁ ଯାଇ ଚେକ୍ କରିବାକୁ ହେବ ।
ପଦବୀ ବିବରଣୀ : ୩୧
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇ ୧୫ ଜୁଲାଇରେ ଶେଷ ହେବ ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯାଇ ନୋଟିସ ଚେକ୍ କରିପାରିବେ ।
ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ ପଦବୀ ପାଇଁ ବିଟେକ ଏବଂ ଗଣିତରେ ଏମଏସି କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଏହାସହିତ ପ୍ରାର୍ଥୀଙ୍କ ପାଖରେ ୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଅନ୍ୟ ପଦବୀ ପାଇଁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଏବଂ ଗ୍ରୁପ ଡିସକ୍ସନ ଜରିଆରେ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧,୨୦ ଲକ୍ଷରୁ ୧,୯୦ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।