ବ୍ୟାଙ୍କ ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର । ଆଡିବିଆଇ ବାଙ୍କରେ ଏଗଜିକୁଟିଭ(ସେଲ୍ସ ଆଣ୍ଡ ଅପରେସନ) ୧୦୦୦ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ପ୍ରକ୍ରିୟା ୭ ନଭେମ୍ବରରୁ ଆରମ୍ଭ ହେବ । ଇଚ୍ଛୁକ ଏବଂ ଯୋଗ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୧୬ ତାରିଖ ପୂର୍ବରୁ ଅନଲାଇନ ଫର୍ମ ପୂରଣ କରିପାରିବେ । ଏହାପରେ ଆବେଦନ ସ୍ବୀକାର କରାଯାଇନାହିଁ । ଭର୍ତ୍ତି ପରୀକ୍ଷା ଡିସେମ୍ବର ୧ ତାରିଖରୁ ହେବ ।
ପଦବୀ ବିବରଣୀ : ୧୦୦୦
ଅଣସଂରକ୍ଷିତ : ୪୪୮
ଅନୁସୂଚିତ ଜାତି : ୧୨୭
ଅନୁସୂଚିତ ଜନଜାତି :୯୪
ଓବିସି : ୨୭୧
EWS : ୧୦୦
ଦିବ୍ୟାଙ୍ଗ : ୪୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନତାପ୍ରାପ୍ତ ବିଶ୍ବବିଦ୍ୟାଳୟ/ସଂସ୍ଥାରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ । କମ୍ପ୍ୟୁଟର/ଆଇଟି ଜ୍ଞାନ ଥିବା ଜରୁରୀ । ଏହି ଦୁଇଟି ଯୋଗ୍ୟତା ନଥିଲେ ଆବେଦନ ସ୍ବୀକାର କରାଯିବ ନାହିଁ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୦ରୁ ଅଧିକ ୨୫ ହେବା ଜରୁରୀ । ଏହାଠାରୁ ଅଧିକ ବୟସ ହୋଇଥିବା ପ୍ରାର୍ଥୀ ଆବେଦନ କରିପାରିବେ ନାହିଁ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ କ୍ୟାରିଅର ସେକ୍ସନରେ କ୍ଲିକ୍ କରି ରେଜିଷ୍ଟ୍ରେସନ କରିବାକୁ ହେବ ।
ନିଜର ସମସ୍ତ ବିବରଣୀ, ହସ୍ତାକ୍ଷର, ଫଟୋଗ୍ରାଫ ଅପଲୋଡ କରିବାକୁ ହେବ । ଏହାପରେ ନିର୍ଦ୍ଧାରିତ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍ କରିବାକୁ ହେବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦୫୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଆଧାରରେ ହେବ । ଟେଷ୍ଟରେ କଟଅଫ ମାର୍କ ପାଇଥିବା ପ୍ରାର୍ଥୀ ପର୍ସନାଲ ଇଣ୍ଟରଭିୟୁ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ପ୍ରି ରିକ୍ରୁଟମେଣ୍ଟ ଟେଷ୍ଟ ପାଇଁ ଡକାଯିବ । ଏହାପରେ ନିଯୁକ୍ତି ମିଳିବ ।