IDBI ବ୍ୟାଙ୍କରେ ୧୦୦୦ରୁ ଅଧିକ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

IDBI ବ୍ୟାଙ୍କରେ ଚାକିରି କରିବାର ସୁଯୋଗ । ଗ୍ରାଜୁଏସନ କରିଥିଲେ ଏଥିପାଇଁ କରିପାରିବେ ଆବେଦନ । ଆବେଦନ କରିବାର ଶେଷ ତାରିଖ ଜୁନ ୭ ରହିଛି ।

ବ୍ୟାଙ୍କ ଚାକିରି ପାଇଁ ଆଶାୟୀ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବ୍ୟାଙ୍କରେ ଚାଲିଛି ବମ୍ପର ଭତ୍ତି । ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନ କରିଥିବା ଜରୁରୀ । ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ  idbibank.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୩୬

ଜରୁରୀ ତାରିଖ : ପଦବୀରେ ଆବେଦନ କରିବାର ଶେଷ ତାରିଖ ୭ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ ଡିଗ୍ରୀ/କମ୍ପ୍ୟୁଟର ଜ୍ଞାନ ରଖିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ/ଡକ୍ୟୁମେଣ୍ଟ ଭେରିଫିକେସନ/ ପ୍ରି ରିକ୍ରୁଟମେଟ ମେଡିକାଲ ଟେଷ୍ଟ ଆଧାରରେ ହେବ । ଅନଲାଇନ ଟେଷ୍ଟରେ ୨୦୦ ମାର୍କର ପରୀକ୍ଷା ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେବେ ହେବ ପରୀକ୍ଷା : ଏହି ଭର୍ତ୍ତି ପାଇଁ ଅନଲାଇନ ପରୀକ୍ଷା ଜୁଲାଇ ୨, ୨୦୨୩ରେ ହେବ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ IDBI ର ଅଫିସିଆଲ ୱେବସାଇଟ idbibank.in କୁ ଯାଆନ୍ତୁ ।

ଏହାପରେ ହୋମ ପେଜରେ ଆଇଡିବିଆଇର ରିକ୍ରୁଟମେଣ୍ଟ ୨୦୨୩ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ତା’ ପରେ ଏକ ନୂଆ ପେଜ୍‌ ଖୋଲିବ । ସେଥିରେ ରେଜିଷ୍ଟ୍ରେସନ କରି ଆବେଦନ ଫର୍ମ ପୂରଣ କରନ୍ତୁ ।

ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରିଦିଅନ୍ତୁ ।

ଫର୍ମ ଡାଉନଲୋଡ କରି ଭବିଷ୍ୟତ ପାଇଁ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://wpassets.adda247.com/wp-content/uploads/multisite/2023/05/24120850/Detailed-Advertisement-Executive-On-Contract-2023-24-1.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.