IDBI ବ୍ୟାଙ୍କରେ SO ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ବମ୍ପର ନିଯୁକ୍ତି, ଆଜି ଆବେଦନ କରିବାର ଶେଷ ତାରିଖ

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭର୍ତ୍ତି ପାଇଁ ଜାରି ହୋଇଛି ନୋଟିଫିକେସନ । ବ୍ୟାଙ୍କରେ so ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆଜି ଆବେଦନ କରିବାର ଶେଷ ତାରିଖ। ତୁରନ୍ତ କରନ୍ତୁ ଆବେଦନ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭର୍ତ୍ତି ପାଇଁ ଜାରି ହୋଇଛି ନୋଟିଫିକେସନ । ବ୍ୟାଙ୍କରେ so ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ଆବେଦନ ପ୍ରକ୍ରିୟା ୧୨ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ idbibank.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ :

ସ୍ପେଶାଲିଷ୍ଟ ଅଫିସର : ୧୧୪

ଆସିଷ୍ଟାଣ୍ଟ ମ୍ୟାନେଜର : ୬୦୦

ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୧୨ ମାର୍ଚ୍ଚ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି ଇଡବ୍ଲ୍ୟୁଏସ ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ପ୍ରଦାନ କରିବେ। ସେହିପରି ଅନୁସୂଚିତ ଜାତି ଏବଂ ଜନତା ପ୍ରାର୍ଥୀ ୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଏହି ପେମେଣ୍ଟ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଂ ଇତ୍ୟାଦି ଆଧାରରେ ହେବ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଆଇଡିବିଆଇର ଅଫିସିଆଲ ୱେବସାଇଟ୍‌ idbibank.in କୁ ଯାଆନ୍ତୁ।

ହୋମ ପେଜରେ ଆଇଡିବିଆଇ ରିକ୍ରୁଟମେଣ୍ଟ ୨୦୨୩ ଉପରେ କ୍ଲିକ୍‌ କରନ୍ତୁ ।

ଏକ ନୂଆ ପେଜ୍‌ ଖୋଲିବ, ସେଥିରେ ଏସଓ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଅନଲାଇନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ପ୍ରଥମେ ନିଜର ରେଜିଷ୍ଟ୍ରେସନ କରିବା ପରେ ଫର୍ମ ପୂରଣ କରନ୍ତୁ ।

ଆବେଦନ ଶୁଳ୍କ ଦେବା ପରେ ସବମିଟ୍‌ ବଟନ ଉପରେ କ୍ଲିକ୍‌ କରନ୍ତୁ ।

ସବମିଟ ହେବା ପରେ ଫାଇନାଲ ପେଜ ଡାଉନଲୋଡ କରନ୍ତୁ ।

ଶେଷରେ ଏହାର ଏକ କପି କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.idbibank.in/pdf/careers/Final-Detailed-Advertisement-AM-2023-24.pdf

https://www.idbibank.in/pdf/careers/Final-Detailed-Advt-Spl-23-24.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.