IIFCL ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ କେମିତି ହେବ ଚୟନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ଇନଫ୍ରାଷ୍ଟକ୍ଚର ଫାଇନାନ୍ସ କମ୍ପାନୀ ଲିମିଟେଡରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ଡିସେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ୟୁନିଭରସିଟି, କଲେଜରୁ ସମ୍ବନ୍ଧୀୟ ବିଷୟରେ ଗ୍ରାଜୁଏସନ/ପିଜି/ଡିପ୍ଲୋମା/ସିଏ/ସିଏମଏ/ଏଲଏଲବି/ଇକୋନୋମିକ୍ସ ଏବଂ ହିନ୍ଦୀରେ ପୋଷ୍ଠ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଏହାପରେ ଲିଖିତ ପରୀକ୍ଷା ଦେବାକୁ ହେବ । ଲିଖିତ ପରୀକ୍ଷାରେ ପାସ୍ ହେବା ପରେ ଇଣ୍ଟରଭ୍ୟୁ ଦେବାକୁ ହେବ । ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ସାମାନ୍ୟ ଏବଂ ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।

ଏହାପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।

ଆପ୍ଲିକେସନ ଫର୍ମ ଭରିବା ପରେ ସବମିଟ୍ କରନ୍ତୁ ।

ଶେଷରେ ଆବଶ୍ୟକତା ପାଇଁ ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।