ଆୟକର ବିଭାଗରେ ଖାଲିପଡିଛି ଷ୍ଟେନୋଗ୍ରାଫର୍ ଗ୍ରେଡ୍ ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ, ମାସକୁ ଦରମା ୮୧ ହଜାର

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର । ଆୟକର ବିଭାଗ ପକ୍ଷରୁ ଅଗଷ୍ଟ ୧୯ ତାରିଖ କିମ୍ବା ପୂର୍ବରୁ ଅଫଲାଇନରେ ଆବେଦନ କରିପାରିବେ। ଆବେଦନଗୁଡିକ ପୋଷ୍ଟ କିମ୍ବା ବ୍ୟକ୍ତିଗତ ଭାବରେ ପଠାଯାଇପାରିବ । ଏହି ନିଯୁକ୍ତି ପତ୍ରରେ ଏକ ନୋଟିସ ରିଲିଜ କରାଯାଇଛି । ନୋଟିସ ମୁତାବକ, ଆୟକର ବିଭାଗରେ ଇନକମ୍‌ ଷ୍ଟେନୋଗ୍ରାଫର୍ ଗ୍ରେଡ୍, ହାଭିଲଦାର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଭର୍ତ୍ତି କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ପଦବୀ ବିବରଣୀ :
ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର୍ ଗ୍ରେଡ୍ -୨, ହାଭିଲଦାର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୯ ରହିଛି। ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ପୂର୍ବରୁ ଅଫଲାଇନ ମୋଡ ଜରିଆରେ ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ ରହିଥିବା ଜରୁରୀ ।

ବୟସ ସୀମା : ଇନକମ୍‌ ଟ୍ୟାକ୍ସ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ।

ଦରମା :
ଟ୍ୟାକ୍ସ ଆସିଷ୍ଟାଣ୍ଟ : ୨୫,୫୦୦ଟଙ୍କା ରୁ ୮୧,୧୦୦ ଟଙ୍କା ।
ଷ୍ଟେନୋଗ୍ରାଫର୍ ଗ୍ରେଡ୍ : ୨୫,୫୦୦ଟଙ୍କା ରୁ ୮୧,୧୦୦ ଟଙ୍କା ।
ହାଭିଲଦାର : ୧୮,୦୦୦ ଟଙ୍କା ରୁ ୫୬,୯୦୦ ଟଙ୍କା ।

କେମିତି କରିବେ ଆବେଦନ :

– ପ୍ରାର୍ଥୀ ଆବେଦନ କରିବାର ଫର୍ମ ପୂରଣ କରିବା ପରେ ଏହାକୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ଅନୁରୋଧ ।

The Additional Commissioner (CCA) O/o The Principal Commissioner of Central Tax, Hyderabad, GST Bhavan, L.B.Stadium Road, Basheerbagh, Hyderabad 500004

ଏହି ଠିକଣାରେ ଫର୍ମ ପୂରଣ କରି ଡାକ ଦ୍ୱାରା ପଠାନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.