ଭାରତୀୟ ଡାକରେ ୩୦ ହଜାର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଚାକିରି ଖୋଜୁଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ । ଇଣ୍ଡିଆ ପୋଷ୍ଟରେ ୩୦ ହଜାର ପଦବୀ ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଜୁଲାଇ ୧୫ ତାରିଖରୁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୦,୦୦୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜୁଲାଇ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମରେ ଗଣିତ ଏବଂ ଇଂଲିଶରେ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ପାସ୍ କରିଥିବା ଜରୁରୀ । ସେହିପରି କମ୍ପ୍ୟୁଟର ଜ୍ଞାନ, ସାଇକେଲିଂ ଶିଖିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସଂରକ୍ଷିତ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/PWD/ମହିଳା ଆବେଦନ ଶୁଳ୍କରେ ଛାଡ ମିଳିବ ।
ଦରମା : ଦରମା ମାସକୁ ୧୦ ହଜାରରୁ ୨୯,୩୮୦ ଟଙ୍କା ମିଳିବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।