ଇଣ୍ଡିଆ ପୋଷ୍ଟରେ କାର୍ ଡ୍ରାଇଭର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ (ଡାକ ବିଭାଗ) ତରଫରୁ ଷ୍ଟାଫ କାର୍ ଡ୍ରାଇଭର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଇଣ୍ଡିଆ ପୋଷ୍ଟର ଅଲଗା ଅଲଗା ରିଜନ ପାଇଁ ୨୫ ପୋଷ୍ଟରେ ହେବ । ଆବେଦନ କରିବାର ଶେଷ ତାରିଖ ୮ ଫେବୃଆରୀ ୨୦୨୫ ରହିଛି । ଏଥିପାଇଁ କୌଣସି ପ୍ରକାରର ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ ।
ପଦବୀ ବିବରଣୀ : ୨୫
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଫେବୃଆରୀ ୮ ତାରିଖ ଯାଏଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ସହିତ ଡ୍ରାଇଭିଂ ସ୍କିଲ ଜାଣିଥିବା ଜରୁରୀ । ଏହାସହିତ ପ୍ରାର୍ଥୀଙ୍କ ପାଖରେ ଲାଇଟ ଏବଂ ହେଭି ମୋଟର ଭେଇକିଲର ଭାଲିଡ ଡ୍ରାଇଭିଂ ଲାଇସେନ୍ସ ସହିତ ଅତିକମରେ ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ବର୍ଷ ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ ।
ମେରିଟ ଆଧାରରେ ପ୍ରାର୍ଥୀଙ୍କ ଚୟନ ହେବ । ୧୦ମ ମାର୍କ ଆଧାରରେ ହେବ ଚୟନ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : ଖାଲିପଡିଛି ୬୫୦ ଜୁନିଅର ଇଂଜିନିୟର ପଦବୀ, ଜାଣନ୍ତୁ କେବେ ଠୁ କରିବେ ଆବେଦନ