ଭାରତୀୟ ବାୟୁ ସେନାରେ ଭର୍ତ୍ତି ସୁଯୋଗ, ୧୨ଶ ପାସ୍ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ବାୟୁ ସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବାୟୁସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଭାରତୀୟ ବାୟୁ ସେନା ଅଗ୍ନିବୀର ବାୟୁ ଭର୍ତ୍ତି ୨୦୨୪ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ ୨୦୨୪ ରହିଛି ।
ଏହି ଭର୍ତ୍ତି ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ agnipathvayu.cdac.in କୁ ଯିବାକୁ ହେବ ।
ପଦବୀ ବିବରଣୀ :
ଜରୁରୀ ତାରିଖ : ଏଥିପାଇଁ ଜୁଲାଇ ୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ ପ୍ରକ୍ରିୟା ଶେଷ ଜୁଲାଇ ୨୮ ତାରିଖରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଗଣିତ, ଫିଜିକ୍ସ ଏବଂ ଇଂଲିଶ ବିଷୟରେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ୧୨ଶ ପାସ୍ କରିଥିବା ଜରୁରୀ । ଏହାସହିତ ଇଂଲିଶ ବିଷୟରେ ଏଗ୍ରିଗେଟରେ ଅତି କମରେ ୫୦ ପ୍ରତିଶତ ମାର୍କ ରହିଥିବା ଜରୁରୀ ।
ଏହାଛଡା ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଅଟୋମୋବାଇଲ, କମ୍ପ୍ୟୁଟର ସାଇନ୍ସ, ଇନଷ୍ଟମେଣ୍ଟେସନ ଟେକ୍ନୋଲୋଜି, ଇନଫରମେସନ ଟେକ୍ନୋଲୋଜିରେ କୌଣସି ଇଂଜିନିୟରିଂ ବ୍ରାଞ୍ଚରୁ ୩ ବର୍ଷର ଡିପ୍ଲୋମା କୋର୍ସ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ୫୫୦ ଟଙ୍କା ଦେବାକୁ ହେବ । ଏଥିରେ ଜିଏସଟି ରାଶି ମଧ୍ୟ ଦେବାକୁ ହେବ । ଏହି ଶୁଳ୍କ ଇଚ୍ଛୁକ ପ୍ରାର୍ଥୀ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ଇତ୍ୟାଦି ମାଧ୍ୟମରେ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ ହେବ । ପ୍ରଥମେ ଅନଲାଇନ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟରେ ଫିଜିକାଲ ଫିଟନେଟ ଟେଷ୍ଟ ଏବଂ ଆଡପଟେବିଲିଟି ଟେଷ୍ଟ ହେବ । ତୃତୀୟ ପର୍ଯ୍ୟାୟରେ ମେଡିକାଲ ଟେଷ୍ଟ ହେବ । ଏହି ପରୀକ୍ଷାର ଆୟୋଜନ ୧୮ ଅକ୍ଟୋବର ୨୦୨୪ରେ କରାଯିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।