ଭାରତୀୟ ବାୟୁସେନା ଅଗ୍ନିବୀରବାୟୁରେ ଖାଲିପଡିଛି ପଦବୀ, ଜାନୁଆରୀ ୨୭ ଯାଏଁ କରିପାରିବେ ଆବେଦନ

ବାୟୁସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ । ଇଣ୍ଡିଆନ ଏୟାରଫୋର୍ସ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ଭାରତୀୟ ବାୟୁସେନାରେ ଅଗ୍ନିବୀରବାୟୁ ପଦ ପାଇଁ ନିଯୁକ୍ତି ରହିଛି । ତଥାପି, ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଥିରେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜାନୁଆରୀ ୭ ରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏଥି ସହିତ, ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ଜାନୁଆରୀ ୨୦୨୫, ପ୍ରାର୍ଥୀଙ୍କୁ ଏହି ତାରିଖ କିମ୍ବା ପୂର୍ବରୁ ଆବେଦନ କରିବାକୁ ପଡିବ ।

ଚୟନ ପ୍ରକ୍ରିୟା କ’ଣ ?
ଏହି ନିଯୁକ୍ତିର ଚୟନ ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ – ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ । କେବଳ ସେହି ପ୍ରାର୍ଥୀମାନେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟତା ଅର୍ଜନ କରିବେ ସେମାନେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟ ହେବେ । ଦ୍ୱିତୀୟ ପର୍ଯ୍ୟାୟରେ ସଫଳତା ପ୍ରଦର୍ଶନ କରିଥିବା ପ୍ରାର୍ଥୀମାନେ ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବେ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜାନୁଆରୀ ୭ ରୁ ୨୭ ଜାନୁଆରୀ ୨୦୨୫ ରହିଛି ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ତା’ ପରେ ହୋମ ପେଜରେ ଥିବା ଭର୍ତ୍ତି ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ରେଜିଷ୍ଟ୍ରେସନ କରିବା ପରେ ଆବେଦନ ପ୍ରକ୍ରିୟା ପାଇଁ କ୍ଲିକ୍ କରନ୍ତୁ।

ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଫର୍ମ ସବିମିଟ୍ କରିଦିଅନ୍ତୁ।

ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।