ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ପାଇବାର ସ୍ୱପ୍ନ ହେବ ସାକାର । କୋଷ୍ଟ ଗାର୍ଡରେ ସିନିଅର ସିଭିଲିୟନ ଷ୍ଟାଫ ଅଫିସର, ସିଭିଲିୟନ ଷ୍ଟାଫ ଅଫିସର(ଲିଜିଷ୍ଟିକ୍ସ), ଆସିଷ୍ଟାଣ୍ଟ ଡାଇରେକ୍ଟର, ସେକ୍ସନ ଅଫିସର, ସିଭିଲିୟନ ଗାଜଟେଡ ଅଫିସର, ଷ୍ଟୋର ଫୋରମ୍ୟାନ ଏବଂ ଷ୍ଟୋର କିପର ପାଇଁ ନୋଟିଫିକେସନ ଜାରି ହୋଇଛି ।
ଇଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୮
ଜରୁରୀ ତାରିଖ : ନୋଟିଫିକେସନ ଜାରି ହେବାର ୬0 ଦିନ ଯାଏଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ବର୍ଷ ହେବା ଜରୁରୀ । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ତେଣୁ ଇଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ଭଲ ଭାବେ ପଢିବା ଉଚିତ ।
ଦରମା : ଖାଲିପଡିଥିବା ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ । ତେବେ ପ୍ରାର୍ଥୀଙ୍କୁ ୯,୩୦୦ରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।
କେମିତି କରିବେ ଆବେଦନ :
ପ୍ରଥମେ ଇଣ୍ଡିଆନ କୋଷ୍ଟ ଗାର୍ଡର ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ଏହାପରେ ଜରୁରୀ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଫର୍ମ ଜମା କରିବା ପରେ ଫର୍ମର ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।