Indian Navy ରେ ୨୫୦ ପଦବୀ ଖାଲି, ୧୪ ସେପ୍ଟେମ୍ବରରୁ କରିପାରିବେ ଆବେଦନ
ଭାରତୀୟ ନୌସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନାରେ ସର୍ଟ ସର୍ଭିସ କମିଶନ ଅଧିନରେ ୨୫୦ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ଭାରତୀ ନୌସେନା, ସର୍ଟ ସର୍ଭିସ କମିଶନ ଅଧିନରେ ଖାଲିପଡିଥିବା ପଦବୀ କେବଳ ଅନଲାଇନରେ ଆବେଦନ କରିପାରିବେ । ଆବେଦନ ବିଷୟରେ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ପଦବୀ ବିବରଣୀ : ୨୫୦
ଜରୁରୀ ତାରିଖ : ଏଥିପାଇଁ ଆବେଦନ ଲିଙ୍କ ୧୪ ସେପ୍ଟେମ୍ବରରୁ ଖେଳିବ । ଏଥିପାଇଁ ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୪ ରହିଛି । ଏହାରି ଭିତରେ ପ୍ରାର୍ଥୀ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ୬୦ ପ୍ରତିଶତ ମାର୍କ ସହିତ ବିଇ, ବିଟେକ, ଏମଏସସି, ଏମସିଏ କିମ୍ବା ଏମବିଏ ଡିଗ୍ରୀ କରିଥିବା ଜରୁରୀ । ଏହାଛଡା ୧୦ମ ଏବଂ ୧୨ଶରେ ଇଂଲିଶରେ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ତେବେ ପଦବୀ ଅନୁସାରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହେବା ଜରୁରୀ ।
କେମିତି ହେବ ଚୟନ : ଏହି ପଦବୀରେ ଚୟନ ଆବେଦନ ଆଧାରରେ ସର୍ଟଲିଷ୍ଟ କରାଯିବ । ମେରିଟ ଲିଷ୍ଟ ହେବା ପରେ ଚୟନିତ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ ହେବ । ଚୟନିତ ପ୍ରାର୍ଥୀଙ୍କୁ ୩ ବର୍ଷ ପାଇଁ ପ୍ରୋବେସନ ପିରିଅଡ ପାଇଁ ରଖାଯିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପଦବୀ ଅନୁସାରେ ଅଲଗା ଅଲଗା ଦରମା ରହିଛି । ମାସକୁ ୫୬,୦୦୦ ଟଙ୍କା ଦରମା ମିଳିବ ।
ଆବେଦନ ଶୁଳ୍କ : ଏହି ପଦବୀ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ପାଇଲଟ, ନାଭାଲ ଅଫିସିର ପଦବୀ ପାଇଁ ଭର୍ତ୍ତି ହେବ ।