ରେଲୱେରେ ୧୦୩୬ ପଦବୀ ଖାଲି, ଖୁବଶୀଘ୍ର ଆରମ୍ଭ ହେବ ଆବେଦନ
ରେଲୱେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଲୱେରେ ଶିକ୍ଷକ, ଲାବ୍ ଆସିଷ୍ଟାଣ୍ଟ, ଟ୍ରାନ୍ସଲେଟର ଏବଂ ଲ ପ୍ରଫେସନାଲ ପଦବୀରେ ଭର୍ତ୍ତି ହେବ । ରେଲୱେରେ କ୍ଲରିକାଲର ବିଭିନ୍ନ ପୋଷ୍ଟ ଖାଲି ପଡିଛି । ଏହି ଭର୍ତ୍ତି ଅଭିଯାନର ଉଦ୍ଦେଶ୍ୟ ଶିକ୍ଷକ, ଟ୍ରାନ୍ସଲେଟର, ଲ ପ୍ରଫେସନାଲ ସହିତ ଅନେକ ପଦବୀ ପୂରଣ । ତେବେ ଏପର୍ଯ୍ୟନ୍ତ ଅଫିସିଆଲ ନୋଟିଫିକେସନ ଜାରି ହୋଇନାହିଁ ।
ପଦବୀ ବିବରଣୀ : ୧୦୩୬
ସ୍ନାତକୋତ୍ତର ଶିକ୍ଷକ(ପିଜିଟି) : ୧୮୭
ସ୍ନାତକ ଶିକ୍ଷକ (ଟିଜିଟି) : ୩୩୮
ସାଇଣ୍ଟିଫିକ ସୁପରଭାଇଜର : ୦୩
ଚିଫ ଲିଗାଲ ଆସିଷ୍ଟାଣ୍ଟ : ୫୪
ପବ୍ଲିକ ପ୍ରାସିକ୍ୟୁଟର : ୨୦
ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର : ୧୮
ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ/ଟ୍ରେନିଂ : ୦୨
ଜୁନିଅର ଟ୍ରାନ୍ସଲେଟର ହିନ୍ଦୀ : ୧୩୦
ସିନିଅର ପବ୍ଲିସିଟି ଇନ୍ସପେକ୍ଟ : ୩
ଷ୍ଟାଫ ଏବଂ ୱେଲଫେୟାର ଇନ୍ସପେକ୍ଟର : ୫୯
ଲାଇବ୍ରେରିଆନ : ୧୦
ମ୍ୟୁଜିକ ଟିଚର : ୦୩
ପ୍ରାଇମେରୀ ରେଲୱେ ଟିଚର : ୧୮୮
ଆସିଷ୍ଟାଣ୍ଟ ଟିଚର (ଫିମେଲ ଜୁନିଅର ସ୍କୁଲ) : ୦୨
ଲାବ୍ରୋଟୋରୀ ଆସିଷ୍ଟାଣ୍ଟ/ସ୍କୁଲ : ୭
ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ଗ୍ରେଡ : ୧୨
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜାନୁଆରୀ ୭ରୁ ଆରମ୍ଭ ହୋଇଥିବା ବେଳେ ୬ ଫେବ୍ଆରୀ ୨୦୨୫ ଶେଷ ତାରିଖ ରହିଛି ।
ଆବେଦନ ଶୁଳ୍କ : ସାମାନ୍ୟ, ଓବିସି ଏବଂ EWS ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।