IOCL ରେ ୪୬୭ ପଦବୀ ଖାଲି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ରେ ଇଂଜିନିୟରିଂ ଆସିଷ୍ଟାଣ୍ଟ, ଟେକ୍ନିକାଲ ଆଟେଣ୍ଡାଣ୍ଟ, ଜୁନିଅର କ୍ୱାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ଏବଂ ଅନ୍ୟ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୭୪

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିକାଲ ଇଂଜିନିୟରିଂ/ପେଟ୍ରୋକେମିକାଲ ଇଂଜିନିୟରିଂ/କେମିକାଲ ଟେକ୍ନୋଲୋଜି/ରିଫାଇନରୀ ଏବଂ ପେଟ୍ରୋ କେମିକାଲ ଇଂଜିନିୟରିଂରେ ୩ ବର୍ଷର ଡିପ୍ଲୋମା କିମ୍ବା ୩ ବର୍ଷୀୟ ବିଏସସି ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୬ ବର୍ଷ ହୋଇଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୫,୦୦୦ରୁ ୧,୦୫,୦୦୦ ଟଙ୍କା ମିଳିବ ।

ଆବେଦନ ଶୁଳ୍କ : ପଦବୀ ପାଇଁ ସାମାନ୍ୟ/EWS/ଓବିସି ପ୍ରାର୍ଥୀ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ପୂର୍ବତନ ସୈନିକ ପ୍ରାର୍ଥୀଙ୍କୁ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ କମ୍ପ୍ୟୁଟ ପରୀକ୍ଷା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସ୍କିଲ/ପ୍ରୋଫିସିଏନ୍ସୀ/ଫିଜିକାଲ ଟେଷ୍ଟ ଆଧାରିତ ହେବ ।

କେମିତି ହେବ ଚୟନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।

ଏହାପରେ Requirement of Non-Executive Personnel in Refineries & Pipelines Division – 2024 କ୍ଲିକ୍‌ କରିବାକୁ ହେବ ।

ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରିବା ପରେ ନିଜକୁ ରେଜିଷ୍ଟର କରନ୍ତୁ ।

ଏହାପରେ ଆବେଦନ ଫର୍ମ ଭରନ୍ତୁ ।

ଆବେଦନ ଫର୍ମ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ତା’ ପରେ ସବୁକିଛି ସରିବା ପରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like