IOCL ରେ ୩୧୩ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୩୧୩ ପଦବୀ ଖାଲି ପଡିଛି । ଏଠାରେ ଟ୍ରେଡ ଅପରାଣ୍ଟିସ, ଟେକ୍ନିସିଆନ ଅପାରଣ୍ଟିସ, ଗ୍ରାଜୁଏଟ ଅପାରଣ୍ଟିସ ପଦବୀ ଖାଲି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଫେବ୍‌ଆରୀ ୭ ତାରିଖ ଯାଏଁ ଆବେଦନ କରିପାରିବେ ।

ଚୟନିତ ପ୍ରାର୍ଥୀଙ୍କୁ ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ, ଡାମନ ଡିୟୁ, ଦାଦ୍ରା ନଗର ହାଭେଳୀର ନିଯୁକ୍ତି ମିଳିବ ।

ପଦବୀ ବିବରଣୀ :୩୧୩

ଟ୍ରେଡ ଅପାରଣ୍ଟିସ : ୩୫
ଟେକ୍ନିସିଆନ ଅପାରଣ୍ଟିସ : ୮୦
ଗ୍ରାଜୁଏଟ ଅପାରଣ୍ଟିସ : ୧୯୮

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୭ ଫେବ୍‌ଆରୀ ୨୦୨୫ ଯାଏଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଟ୍ରେଡ ଅପାରଣ୍ଟିସ ପାଇଁ ୧୦ମ ପାସ୍ ସହିତ ୨ ବର୍ଷ ଆଇଟିଆଇ କରିଥିବା ଜରୁରୀ । ଅନ୍ୟ ପଦବୀ ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କ ବୟସ ସୀମାରେ ଛାଡ୍ ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ଅପାରଣ୍ଟିସ ଟାବ୍ ରେ କ୍ଲିକ୍ କରିବାକୁ ହେବ ।
ଆବେଦନ ଫର୍ମ ପୂରଣ କରିବା ପରେ ଦରକାରୀ ଦସ୍ତାବିଜ ଅପଲୋଡ କରନ୍ତୁ ।
ଶେଷରେ ଆବେଦନ ଶୁଳ୍କ ଭରିବା ପରେ ଫର୍ମକୁ ସବମିଟ୍ କରନ୍ତୁ ।
ଶେଷରେ ଆବଶ୍ୟକତା ପାଇଁ ଏକ କପି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : HPCL ରେ ଜୁନିଅର ଏଗଜିକ୍ୟୁଟିଭ ପଦବୀ ଖାଲି, ଡିପ୍ଲୋମା କରିଥିବା ଜରୁରୀ

You might also like