IRCON ଇଣ୍ଟରନ୍ୟାସନାଲ ଲିମିଟେଡରେ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଟେକ୍ନିସିଆନ ଏବଂ ଗ୍ରାଜୁଏଟ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଅନଲାଇନ ଆବେଦନ ଜାନୁଆରୀ ୧୫ ଯାଏଁ କରିପାରିବେ । ହେଲେ ଅଫଲାଇନ ଆବେଦନ ୨୫ ଜାନୁଆରୀ ୨୦୨୫ ନିର୍ଦ୍ଧାରିତ ଠିକଣାରେ ପଠାଇବାକୁ ହେବ ।

ପଦବୀ ବିବରଣୀ : ୩୦

ଜରୁରୀ ତାରିଖ : ଅନଲାଇନ ଆବେଦନ କରିବାର ତାରିଖ ୧୫ ଯାଏଁ କରିପାରିବେ । ସେହିପରି ଅଫଲାଇନ ଆବେଦନ ତାରିଖ ୨୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏଟ ପ୍ରାର୍ଥୀ ଇଂଜିନିୟରିଂ/ଟେକ୍ନୋଲୋଜିରେ ଗ୍ରାଜୁଏସନ କିମ୍ବା ସମକକ୍ଷ ଡିଗ୍ରୀ ପ୍ରାପ୍ତ କରିଥିବା ଜରୁରୀ । ଡିପ୍ଲୋମା ଅପାରଣ୍ଟିସ ପାଇଁ ଇଂଜିନିୟରିଂ/ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ ।

ଚୟନ ପ୍ରକ୍ରିୟା : ଏହି ଭର୍ତ୍ତି ପାଇଁ ଚୟନ ଶିକ୍ଷାଗତ ଯୋଗ୍ୟତା ଆଧାରରେ ହେବ । ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ୧ ବର୍ଷ ପାଇଁ ନିଯୁକ୍ତି ମିଳିବ ।

ଷ୍ଟାଇପେଣ୍ଡ : ଗ୍ରାଜୁଏଟ ଅପାରଣ୍ଟିସ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ପ୍ରତି ମାସକୁ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଟେକ୍ନେସିଆନ(ଡିପ୍ଲୋମା) ଅପାରଣ୍ଟିସ ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୮,୫୦୦ ଟଙ୍କା ମିଳିବ ।

କେମିତି କରିବେ ଆବେଦନ :

ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । କ୍ୟାରିଅର ସେକ୍ସନକୁ ଯାଇ ସମ୍ବନ୍ଧୀୟ ଅନଲାଇନ ଆବେଦନ ଲିଙ୍କକୁ ଯାଇ ଆବେଦନ କରିପାରିବେ । ଏହାପରେ ନୂଆ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରି ପଞ୍ଜିକରଣ ପ୍ରକ୍ରିୟା ପୂରଣ କରନ୍ତୁ ।

ପଞ୍ଜିକରଣ କରିବା ପରେ ଅନ୍ୟ ଆବଶ୍ୟକ ବିବରଣୀ ଭରିବାକୁ ହେବ । ଆବେଦନ ପତ୍ର ପୁରା ହେବା ପରେ ପ୍ରିଣ୍ଟଆଉଟ ନେଇ ଆବଶ୍ୟକ ଦସ୍ତାବିଜ ସହିତ ଅଫଲାଇନ ଆବେଦନ ଫର୍ମ ପଠାଇବାକୁ ହେବ ।

ଠିକଣା : “JGM /HRM IRCON INTERNATIONAL LIMITED, C- 4, District Centre, Saket, New Delhi-110017”

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।