ISRO ରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେନସରେ ସାଇଣ୍ଟିଷ୍ଟ ଏବଂ ଇଂଜିନିୟର ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।
ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇସ୍ରୋରେ ଖାଲିପଡିଛି ଅନେକ ପଦବୀ । ଏଥିପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୧୪ ଜୁନ୍ ୨୦୨୩ ରହିଛି । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ isro ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୦୩
ସାଇଣ୍ଟିଷ୍ଟ/ଇଂଜିନିୟର (ଇଲେକ୍ଟ୍ରୋନିକ୍ସ): ୯୦
ସାଇଣ୍ଟିଷ୍ଟ/ଇଂଜିନିୟର (ମେକାନିକାଲ): ୧୬୩
ସାଇଣ୍ଟିଷ୍ଟ/ଇଂଜିନିୟର (କମ୍ପ୍ୟୁଟର ସାଇନ୍ସ) : ୪୭
ସାଇଣ୍ଟିଷ୍ଟ/ଇଂଜିନିୟର (ଇଲେକ୍ଟ୍ରୋନିକ୍ସ)-ଅଟୋନୋମସ : ୨
ସାଇଣ୍ଟିଷ୍ଟ/ଇଂଜିନିୟର (କମ୍ପ୍ୟୁଟର ସାଇନ୍ସ) : ୧
କେଉଁମାନେ କରିପାରିବେ ଆବେଦନ : ଇଂଜିନିୟରିଂ ସମ୍ବନ୍ଧୀୟ ବ୍ରାଞ୍ଚରେ ଅତିକମରେ ୬୫ ପ୍ରତିଶତ ମାର୍କ ସହିତ ବିଇ କିମ୍ବା ବିଟେକ ଡିଗ୍ରୀ କରିଥିବା ଜରୁରୀ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷାର ଆୟୋଜନ ୧୧ଟି ସ୍ଥାନରେ ହେବ । ଅହମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଗୌହ୍ଵାଟୀ, ହାଇଦ୍ରାବାଦ, କୋଲକତା, ଲକ୍ଷ୍ନୌ, ମୁମ୍ବାଇ, ନୂଆଦିଲ୍ଲୀ ଏବଂ ତିରୁଅନନ୍ତପୁରମ ।
ଆବେଦନ ଶୁଳ୍କ : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ୨୫୦ ଟଙ୍କା ଦେବାକୁ ହେବ । ଭିନ୍ନ ପଦବୀ ପାଇଁ ଅଲଗା ଆବେଦନ ଶୁଳ୍କ ଦେବାକୁ ହେବ । ଅଫଲାଇନ ପେମେଣ୍ଟ ପାଇଁ ଏସବିଆଇର ବ୍ରାଞ୍ଚକୁ ଯାଇ କରିପାରିବେ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :