ଆଇଟିବିପିରେ ୫୨୬ ପଦବୀ ପାଇଁ କରନ୍ତୁ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

ଭାରତ-ତିବ୍ଦତ ସୀମା ପୋଲିସ ବଳରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଇନ୍ସପେକ୍ଟର(ଗ୍ରୁପ ବି), ହେଡ କନଷ୍ଟେବଳ ଏବଂ କନଷ୍ଟେବଳ (ଗ୍ରୁପ ସି) ଖାଲିପଡିଥିବା ପଦବୀରେ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଆଇଟିବିପିର ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୨୬

ଇନ୍ସପେକ୍ଟର ଟେଲିକମ୍ୟୁନିକେସନ: ୯୨
ହେଡ କନଷ୍ଟେବଳ ଟେଲିକମ୍ୟୁନିକେସନ : ୩୮୩
କନଷ୍ଟେବଳ ଟେଲିକମ୍ୟୁନିକେସନ : ୫୧

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୧୫ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଏସସି, ବିଟେକ, ବିସିଏ ଡିଗ୍ରୀ କରିଥିବା ଜରୁରୀ । ସେହିପରି ଅନ୍ୟ ପଦବୀ ପାଇଁ ପିସିଏମ, ଆଇଟିଆଇ ଏବଂ ଇଂଜିନିୟରିଂ ଡିପ୍ଲୋମା କରିଥିବା ଜରୁରୀ । କନଷ୍ଟେବଳ ପଦବୀ ପାଇଁ ୧୦ମ୍ ପାସ୍ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ଚୟନ ସୀମା ୨୦ରୁ ୨୫ ବର୍ଷ ଏବଂ ହେଡ କନଷ୍ଟେବଳ ପାଇଁ ବୟସ ୧୮ ରୁ ୨୫ କନଷ୍ଟେବଳ ଏବଂ କନଷ୍ଟେବଳ ପାଇଁ ୧୮ ରୁ ୨୩ ବର୍ଷ ବୟସ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ପାସ୍ କଲେ ଅନ୍ୟ ପର୍ଯ୍ୟାୟରେ ପରୀକ୍ଷା ଦେବାକୁ ହେବ । ପିଇଟି, ଲିଖିତ ପରୀକ୍ଷା, ଦସ୍ତାବିଜ ସତାପନ ଏବଂ ମେଡିକାଲ ଟେଷ୍ଟ ସାମିଲ ରହିଛି ।

ଦରମା : ବିଭିନ୍ନ ପଦବୀ ପାଇଁ ଦରମା ଅଲଗା ଅଲଗା ରହିଛି । ସବ ଇନ୍ସପେକ୍ଟର ପଦବୀ ପାଇଁ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ରହିଥିବା ବେଳେ ହେଡ କନଷ୍ଟେବଳ ପାଇଁ ୨୫,୫୦୦ ରୁ ୮୧,୧୦୦ ଟଙ୍କା ମିଳିବ । କନଷ୍ଟେବଳ ପଦବୀ ପାଇଁ ୨୧,୭୦୦ ଟଙ୍କାରୁ ଆରମ୍ଭ କରି ୬୯,୧୦୦ ଟଙ୍କା ରହିଛି ।

କେମିତି କରିବେ ଆବେଦନ :
ଆବେଦନ ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ । ଅନଲାଇନରେ ଆବେଦନ କରିବାକୁ ହେବ । ଆବେଦନ କରିବା ପରେ ନିର୍ଦ୍ଧାରିତ ଶୁଳ୍କ ଜମା କରିବାକୁ ହେବ । ଏହାପରେ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like