ITBP ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାର ସୁବର୍ଣ୍ଣ ସୁଯୋଗ, ଦରମା ଦେଢ ଲକ୍ଷରୁ ଅଧିକ

ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ ଫୋର୍ସ (ITBP) ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ(ଟେଲିକମ୍ୟୁନିକେସନ) ପଦବୀରେ ଭର୍ତ୍ତି ପାଇଁ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ୪୮ ପଦବୀରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୨୧ରୁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୯ ଫେବୃଆରୀ ୨୦୨୫ ରହିଛି । ଏହି ଭର୍ତ୍ତି ଗ୍ରୁପ ଏ ଅଧିନରେ ହେବ । ଏଥିପାଇଁ ମହିଳା ଓ ପୁରୁଷ ଉଭୟେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୪୮
ସଂରକ୍ଷିତ ଶ୍ରେଣୀ : ୨୧
ଅନୁସୂଚିତ ଜାତି : ୭
ଅନୁସୂଚିତ ଜନଜାତି : ୩
ଓବିସି : ୧୩
EWS : ୪
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୧ ଜାନୁଆରୀରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୯ ଫେବୃଆରୀ ୨୦୨୫ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଏଆଇସିଟିଇ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଟେଲିକମ୍ୟୁନିକେସନ, ଇଲେଟ୍ରୋନିକ୍ସ ଆଣ୍ଡ ଇଲେକ୍ଟ୍ରେିକାଲ ଇଂଜିନିୟରିଂରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହୋଇଥିବା ଜରୁରୀ । ବୟସ ସୀମାରେ ସଂରକ୍ଷିତ ପ୍ରାର୍ଥୀଙ୍କୁ ଛାଡ୍ ମିଳିବ ।
ଦରମା : ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଟେଲିକମ୍ୟୁନିକେସନ) ପଦବୀ ପାଇଁ ସ୍କେଲ ଲେବଲ ୧୦ ଅନୁସାରେ ନିର୍ଦ୍ଧାରିତ କରାଯାଇଛି । ଏହା ଅଧିନରେ ମାସକୁ ଦରମା ୫୬,୧୦୦ ରୁ ୧,୭୭,୫୦୦ ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଲିଖିତ ପରୀକ୍ଷା ଜରିଆରେ ହେବ ।
ଏହି ଭର୍ତ୍ତି ପାଇଁ ପରୀକ୍ଷା କେବଳ ଅନଲାଇନ ମୋଡରେ ହେବ । ଆବେଦନ ସମୟରେ କୌଣସି ତ୍ରୁଟିରୁ ବଞ୍ଚିବା ପାଇଁ ସଠିକ ଭାବେ ଦସ୍ତାବିଜ ଯାଞ୍ଚ ଏବଂ ଅନ୍ୟ ଆବଶ୍ୟକ ସୂଚନା ସଠିକ ଭାବେ ଭରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read: OSSC ରେ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି, ବିନା ଶୁଳ୍କରେ କରନ୍ତୁ ଆବେଦନ