SSC MTSରେ ଚାକିରିର ସୁଯୋଗ : ଶେଷ ତାରିଖ ଅଗଷ୍ଟ ୩, ତୁରନ୍ତ କରନ୍ତୁ ଆବେଦନ

ଚାକିରି ସୁଯୋଗ ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ SSC MTS ଏବଂ ହାବଲଦାର ପଦବୀ ପାଇଁ ଆବେଦନ କରିବାକୁ ଶେଷ ତାରିଖ ଚେଞ୍ଜ ହୋଇଛି । ବର୍ତ୍ତମାନ ଆପଣ ଏହି ନିଯୁକ୍ତି ପାଇଁ ଅଗଷ୍ଟ ୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପୂର୍ବରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟ ୪୮୮୭ ଟି ପଦବୀରେ ନିଯୁକ୍ତି ଦିଆଯାଉଥିଲା । ଏହାକୁ ବର୍ତ୍ତମାନ ୬୧୪୪ କୁ ବୃଦ୍ଧି କରାଯାଇଛି । ହାବିଲଦାର ପୋଷ୍ଟ ସଂଖ୍ୟାରେ କୌଣସି ପାର୍ଥକ୍ୟ ନାହିଁ । ତେବେ ଏହି ପୋଷ୍ଟଗୁଡିକ କେବଳ ୩୪୩୯ ଥିଲା ।
ଏହିପରି ବର୍ତ୍ତମାନ SSST, MTS ଏବଂ ହାବଲଦାରର ମୋଟ ପୋଷ୍ଟ ସଂଖ୍ୟା ୯୬୮୩ ହୋଇଛି, ଯାହା ପୂର୍ବରୁ ୮୩୨୬ ଥିଲା । ପ୍ରାର୍ଥୀମାନେ ବର୍ତ୍ତମାନ ଅନେକ ପଦବୀ ପାଇଁ ଆବେଦନ କରିପାରିବେ । ଏଥିପାଇଁ SSC ୱେବସାଇଟ୍ ssc.gov.in କୁ ଯାଆନ୍ତୁ ।
ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଥିଲା ଜୁଲାଇ ୩୧, ଯାହା ବର୍ତ୍ତମାନ ଅଗଷ୍ଟ ୩କୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଆପଣ ଶନିବାର ପର୍ଯ୍ୟନ୍ତ ଫର୍ମ ପକାଇ ପାରିବେ ।
ପଦବୀ ବିବରଣୀ : ୯୬୮୩
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୩ ।
ଶିକ୍ଷାଗତ ଯୋଗ୍ୟତା : ୧୮ ରୁ ୨୭ ବର୍ଷ ବୟସ ମଧ୍ୟରେ ଦଶମ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଆସିନାହିଁ । ୧୮ ରୁ ୨୭ ବର୍ଷ ବୟସ ମଧ୍ୟରେ ଦଶମ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଅଧିକ ଜାଣିବା ପାଇଁ ଅଫିସଆଲ ୱେବସାଇଟ୍ ଚେକ୍ କରନ୍ତୁ ।
କେମିତି ହେବ ଚୟନ : ଲିଖିତ ପରୀକ୍ଷା, ଫିଜିକାଲ ଫିଟ୍ନେସ୍ ଟେଷ୍ଟ, ଡିଭି ରାଉଣ୍ଡ ଏବଂ ମେଡିକାଲ ରାଉଣ୍ଡ ଉପରେ ଚୟନ କରାଯିବ । ଫିଟନେସ୍ ଟେଷ୍ଟ କେବଳ ହାବିଲଦାର ପୋଷ୍ଟ ପାଇଁ ହେବ ।
ଆବେଦନ ଶୁଳ୍କ : ଆବେଦନ କରିବାର ଦେୟ ହେଉଛି ୧୦୦ ଟଙ୍କା । ଏହା ଜେନେରାଲ୍ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ । ଅବଶିଷ୍ଟ ସଂରକ୍ଷିତ ବର୍ଗଗୁଡିକ ଫି ଦେବାକୁ ପଡିବ ନାହିଁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।