ଫରେଷ୍ଟ ରେଞ୍ଜ ଅଫିସର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଶେଷ ତାରିଖ ଅଗଷ୍ଟ ୧୦

ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନରେ ଫରେଷ୍ଟ ରେଞ୍ଜ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ୧୦ ଅଗଷ୍ଟ ୨୦୨୪ ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ୧୦ ଅଗଷ୍ଟ ପୂର୍ବରୁ ଆମେଦନ କରିପାରିବେ । ଏଥିପାଇଁ କେବଳ ଅନଲାଇନ ରେଜିଷ୍ଟ୍ରେସନ ହେବ ।
ପଦବୀ ବିବରଣୀ : ୧୭୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୫ ବର୍ଷ ହୋଇଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୪୦ ବର୍ଷ ଯାଏଁ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ଚୟନ ପାଇଁ ପରୀକ୍ଷା ଅନେକ ପର୍ଯ୍ୟାୟରେ ହେବ । ପ୍ରଥମେ ପ୍ରି ପରୀକ୍ଷା ଆୟୋଜିତ ହେବ । ସେହିପରେ ମେନ୍ସ ଏବଂ ଇଣ୍ଟରଭ୍ୟୁ ଦେବାକୁ ହେବ । ପ୍ରିଲିମ୍ସ ପରୀକ୍ଷା ୧୮ ଅଗଷ୍ଟରେ ହେବ । ପରୀକ୍ଷା ପାଇଁ ସିଫ୍ଟ ସକାଳ ୧୦ଟାରୁ ଆରମ୍ଭ ହେବ ।
ଆବେଦନ ଶୁଳ୍କ : ଏଥିପାଇଁ ଆବେଦନ ଶୁଳ୍କ ୬୦ ଟଙ୍କା ରହିଛି । ସଂରକ୍ଷିତ ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୯୩୦୦ରୁ ୩୪,୮୦୦ ଟଙ୍କା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।