ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଜୁଟ୍ କର୍ପୋରେସନ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ଭର୍ତ୍ତି ମାଧ୍ୟମରେ ୯୦ରୁ ଅଧିକ ପଦବୀ ଭର୍ତ୍ତି ହେବ । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୯୦
ଆକାଉଣ୍ଟାଣ୍ଟ : ୨୩
ଜୁନିଅର ଆସିଷ୍ଟାଣ୍ଟ : ୨୫
ଜୁନିଅର ଇନ୍ସପେକ୍ଟର: ୪୨
ଜରୁରୀ ତାରିଖ : ଆବେଦନ ପାଇଁ ତାରିଖ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୦ ସେପ୍ଟେମ୍ବର ଶେଷ ହେବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ହେବା ଜରୁରୀ । ଆକାଉଣ୍ଟାଣ୍ଟ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଏମକମ୍ ସହିତ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ବି.କମ୍ କରିଥିବା ପ୍ରାର୍ଥୀଙ୍କ ୭ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ଜୁନିଅର ଆସିଷ୍ଟାଣ୍ଟ ପଦ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ଏବଂ ଟାଇପିଂ ସ୍ପିଡ ୪୦ ଶବ୍ଦ ପ୍ରତି ମିନିଟ ହେବା ଜରୁରୀ । ଜୁନିଅର ଇନ୍ସପେକ୍ଟର ପଦବୀ ପାଇଁ ୧୨ଶ ପାସ୍ କରିବା ସହିତ ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ଖାଲିପଡିଥିବା ପଦବୀ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କ ସରକାରୀ ନିୟମ ଅନୁସାରେ ଛାଡ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପଦବୀ ଅନୁସାରେ ଟାଇପିଂ ସ୍ପିଡ, ଟ୍ରେଡ ଟେଷ୍ଟ ଆୟୋଜିତ ହେବ । ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ ହେବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୨୫୦ ଟଙ୍କା ଦେଇ ଆବେଦନ କରିପାରିବେ । ଅନୁସୂଚିତ ଜାତି/ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୮,୬୦୦ ଟଙ୍କାରୁ ୧,୧୫,୦୦୦ ଟଙ୍କା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।