ବ୍ୟାଙ୍କରେ ପିଓ ପଦବୀରେ ତୁରନ୍ତ କରନ୍ତୁ ଆବେଦନ, ଡିସେମ୍ବର ୨୨ରେ ହେବ ପରୀକ୍ଷା

ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ଣ୍ଣାଟକ ବ୍ୟାଙ୍କ ପକ୍ଷରୁ ପିଓ ସ୍କେଲ-୧ରେ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୩୦ ନଭେମ୍ବରରୁ ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ପିଓ ସ୍କେଲ-୧

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦ ନଭେମ୍ବରରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୦ ଡିସେମ୍ବର ୨୦୨୪ ରହିଛି । ଏଥିପାଇଁ ପରୀକ୍ଷା ୨୨ ଡିସେମ୍ବର ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ବିଷୟରେ ପିଜି କରିଥିବା ଜରୁରୀ । ଏହାସହିତ କ୍‌ଷି ବିଜ୍ଞାନରେ ସ୍ନାତକ କରିଥିବା କିମ୍ବା ୫ ବର୍ଷ ଲ କୋର୍ସ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ସର୍ବାଧିକ ହୋଇଥିବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ ବର୍ଷ ଛାଡ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାମାନ୍ୟ/ଓବିସି ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୭୦୦ ଟଙ୍କା ଦେବାକୁ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।