ରେଲୱେରେ ଚାକିରି ପାଇବାର ବଢିଆ ସୁଯୋଗ, ଟେକ୍ନିସିଆନ ପଦବୀ ପାଇଁ କରନ୍ତୁ ଆବେଦନ

ରେଲୱେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । କୋଙ୍କଣ ରେଲୱେ ତରଫରୁ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ଏଠାରେ ଇଂଜିନିୟର, ଟେକ୍ନିସିଆନ, ଷ୍ଟେସନ ମାଷ୍ଟର ସହିତ ଅନ୍ୟ ପଦବୀ ଖାଲି ପଡିଛି ।

ପଦବୀ ବିବରଣୀ : ୧୯୦

ଜରୁରୀ ତାରିଖ : ଇଛୁକ ପ୍ରାର୍ଥୀ ଅକେ୍ଟାବର ୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୬ ସେପେ୍ଟମ୍ବରରୁ ଆରମ୍ଭ ହେବ ।

ଶିକ୍ଷାଗତ ଯୋଗ୍ୟତା : ନୋଟିଫିକେସନ ମୁତାବକ, ଖାଲିପଡିଥିବା ପଦବୀ ପାଇଁ ଇଛୁକ ପ୍ରାର୍ଥୀ ୧୦ମ/ଆଇଟିଆଇ/ SSLC ସମ୍ବନ୍ଧୀୟ କେ୍ଷତ୍ରରେ ଇଂଜିନିୟରିଂ ଡିଗ୍ରୀ/ଡିପ୍ଲୋମା ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷରୁ ୩୬ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ପୂର୍ବତନ ଚାକିରିଆ ଏବଂ ମହିଳାଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ । ପ୍ରାର୍ଥୀଙ୍କୁ ୧୮ ହଜାରରୁ ଆରମ୍ଭ କରି ୪୪,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି କରିବେ ଆବେଦନ :

ଆବେଦନ ପାଇଁ ଇଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରି ରେଜିଷ୍ଟ୍ରେସନ ନ କରିବାକୁ ହେବ ।
ରେଜିଷ୍ଟ୍ରର ହେବା ପରେ ସମସ୍ତ ବିବରଣୀ ଭରନ୍ତୁ ।
ଡକୁ୍ୟମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ସବମିଟ୍‌ କରନ୍ତୁ । ଶେଷରେ ଦରକାରୀ ପାଇଁ ଏକ ପ୍ରିଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like