ମେଡିକାଲ ଅଫିସର ପଦବୀରେ ତୁରନ୍ତ କରନ୍ତୁ ଆବେଦନ, ୪୦ ବର୍ଷୀୟ ପ୍ରାର୍ଥୀ କରିପାରିବେ ଆବେଦନ

ମଧ୍ୟପ୍ରଦେଶ ପବ୍ଲିକ ସର୍ଭିସ କମିଶନରେ କିଛିଦିନ ପୂର୍ବରୁ ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ ଲିଙ୍କ ୩୦ ଅଗଷ୍ଟ ୨୦୨୪ରେ ଖୋଲିବ । ଆବେଦନ କରିବାକୁ ଇଚ୍ଛୁକ ରଖିଥିବା ପ୍ରାର୍ଥୀ ଲିଙ୍କ ଖୋଲିବା ମାତ୍ରେ ଆବେଦନ କରନ୍ତୁ । ଏହି ଭର୍ତ୍ତି ଡିପାର୍ଟମେଣ୍ଟ ଅଫ ପବ୍ଲିକ ହେଲ୍ଥ ଆଣ୍ଡ ମେଡିକାଲ ଏଜୁକେସନ ପାଇଁ ହେଉଛି ।

ଏଥିପାଇଁ ଆବେଦନ କେବଳ ଅନଲାଇନ ହେବ । ତେଣୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୮୯୫

ଜରୁରୀ ତାରିଖ : ଆବେଦନ ତାରିଖ ୩୦ ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୯ ସେପ୍ଟେମ୍ବର ୨୦୨୪ରେ ହେବ । ଏହାପରେ ଆବେଦନ ଫର୍ମ ରିଚେକ୍‌ କରିବାର ତାରିଖ ୩ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ କରିଥିବା ଜରୁରୀ । ଏଥିପାଇଁ ସମକକ୍ଷ ଡିଗ୍ରୀ ରଖିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମଧ୍ୟ ପ୍ରଦେଶ ଶିକ୍ଷା ପରିଷଦରେ ପରମାନେଣ୍ଟ ରେଜିଷ୍ଟ୍ରେସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ୍‌ ମିଳିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୫,୬୦୦ରୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ଓବିସି/EWS/PWD ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

You might also like