ନାବାର୍ଡରେ ଅନେକ ପଦବୀରେ ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନାବାର୍ଡରେ ଚାକିରି ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ଗ୍ରୁପ ସି ଅଫିସ ଆଟେଣ୍ଡାଣ୍ଟ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୧୦୮ ପଦବୀରେ ଭର୍ତ୍ତି ହେବ । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୮

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨ ଅକ୍ଟୋବର ୨୦୨୪ ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୧ ଅକ୍ଟୋବରରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ । ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଜରୁରୀ ଡକ୍ୟୁମେଣ୍ଟ :

ଆଧାର କାର୍ଡ, ରେସିଡେନ୍ସ ପ୍ରମାଣପତ୍ର, ୧୦ମ ମାର୍କସିଟ୍‌, ପାସଫଟୋ, ଦସ୍ତଖତ ।

ଆବେଦନ ଶୁଳ୍କ: ନାବାର୍ଡ ଅଫିସ ଆସିଷ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ ପଦବୀ ଅନୁସାରେ ଅଲଗା ଅଲଗା ଆବେଦନ ଶୁଳ୍କ ଦେବାକୁ ହେବ । ସାମାନ୍ୟ, ଓବିସି, EWS ପ୍ରାର୍ଥୀ ୪୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୫୦ ଟଙ୍କା ଦେବାକୁ ହେବ । ଇଛୁକ ପ୍ରାର୍ଥୀ କ୍ରେଡିଟ କାର୍ଡ, ଡେବିଟ କାର୍ଡ ନିମ୍ବା ନେଟ ବ୍ୟାଙ୍କିଂ ଜରିଆରେ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ପ୍ରଥମେ ନାବାର୍ଡର ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ନାବାର୍ଡ ଅଫିସ ଆଟେଣ୍ଡାଣ୍ଟ ଲିଙ୍କରେ କ୍ଲିକ୍‌ କରିବାକୁ ହେବ ।
ରେଜିଷେ୍ଟ୍ରସନ କରିବା ପରେ ନମ୍ବର ଏବଂ ପାସଓ୍ୱାର୍ଡ ଆପଣଙ୍କ ମୋବାଇଲକୁ ଯିବ ।
ସମସ୍ତ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଭରିବାକୁ ହେବ ।
ଏହାପରେ ଯାଞ୍ଚ କରିବା ପରେ ସବମିଟ କରନ୍ତୁ ।
ଏହାପରେ ଫର୍ମକୁ ଡାଉନଲୋଡ କରି ହାର୍ଡକପି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like