NALCO ରେ ଚାକିରି ପାଇଁ ନୋଟିଫିକେସନ ଜାରି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ନାଲକୋରେ ଖାଲିପଡିଥିବା ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ mudira.nalcoindia.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୭ ସେପ୍ଟେମ୍ବର ୨୦୨୩ ରହିଛି ।
ନାଲକୋରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲିପଡିଥିବା ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ mudira.nalcoindia.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୨୮ ଅଗଷ୍ଟରୁ ଆରମ୍ଭ ହୋଇ ୨୭ ସେପ୍ଟେମ୍ବର ୨୦୨୩ରେ ଶେଷ ହେବ ।
ପଦବୀ ବିବରଣୀ : ୩୬
ସିନିଅର ମ୍ୟାନେଜର
ଡେପୁଟି ମ୍ୟାନେଜର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ସେପ୍ଟେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ କ୍ଷେତ୍ରରେ ଗ୍ରାଜୁଏସନ/ପିଜି/ଇଂଜିନିୟରିଂରେ ଡିଗ୍ରୀ/ସାମ୍ବାଦିକତାରେ ଡିପ୍ଲୋମା ଏବଂ ଅନ୍ୟ ନିର୍ଦ୍ଧାରିତ କ୍ଷେତ୍ରରେ କାର୍ଯ୍ୟ କରିବାର ଅନୁଭବ ରହିବା ଜରୁରୀ ।
ବୟସ ସୀମା : ଏହି ଅଭିଯାନରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୫/୪୧/୪୫ ନିର୍ଦ୍ଧାରିତ କରାଯାଇଛି ।
ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ପାଇଁ ସର୍ଟିଲିଷ୍ଟିଂ ପ୍ରକ୍ରିୟା/ ବ୍ୟକ୍ତିଗତ ସାକ୍ଷାତଗାର/ଡକ୍ୟୁମେଣ୍ଟ ଭେରିଫିକେସନ କରିବା ପରେ ହେବ ।
କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୱେବସାଇଟ୍ କୁ ଯାଇ ଚେକ୍ କରିପାରିବେ ।